ଦିନରେ ପାଠ ପଢା ରାତିରେ ଯୌନ ପାଠ, ସନ୍ଧ୍ୟା ହଉହଉ କଲେଜରେ ଆରମ୍ଭ ହେଇଯାଛି ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଖବର

 
College romance

କଲେଜ୍ ରେ ପାଠ ପଢା ସହ ଚାଲିଛି ଦେହ ବ୍ୟାପାର । ଦିନରେ ପାଠ ପଢା ଆଉ ରାତିରେ ହେଉଛି ବ୍ୟବସାୟ ଡିଲ । ସାର୍ ଦିନରେ ଥିଓରି ପଢ଼ାଉଛନ୍ତି ଆଉ ରାତିରେ କରୁଛନ୍ତି ପ୍ରାକ୍ଟିକାଲ । ଏପରି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଯୋଗୀମୁଣ୍ଡା ରାଜେନ୍ଦ୍ର ମୋହର କଲେଜ୍ ରେ । ଏହି ସେକ୍ସ୍ ଧନ୍ଦାରେ ସଂପୃକ୍ତ ରାତ୍ର ଜଗୁଆଳକୁ ଗିରଫ କରିଛି ପୋଲିସ ।

College

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦିନକୁ ଦୁଇ ଦିନ ନୁହେଁ କାହିଁ କେତେ ମାସରୁ ଚାଲି ଆସୁଥିଲା ଏହି କାର୍ଯ୍ୟ । ଚାରିଆଡେ ସିସିଟିଭି କ୍ୟାମେରା ମାଳ ମାଳ ହୋଇ ଲାଗିଥିବା ବେଳେ ନା ପୋଲିସ୍ କୁ ଥିଲା ଖବର ନା କଲେଜ୍ କର୍ତ୍ତୃପକ୍ଷଙ୍କୁ ଥିଲା ଖବର । ଯାହାକି ଅସମ୍ଭବ ଲାଗୁଛି ।

ସୂଚନା ଅନୁଯାୟୀ ରାତ୍ର ଜଗୁଆଳ ସହାୟତାରେ ଚାଲିଥିଲା ଏପରି ଶାରିରୀକ ଧନ୍ଦା । ରାତିରେ ଯୁବକ ଯୁବତୀ ନିର୍ଭୟରେ ଯିବା ଆସିବା କରୁଥିଲେ କଲେଜକୁ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ସିସିଟିଭିର  ଏକ ଫୁଟେଜ।

College

ଯାହାର ସହାୟତାରେ ପୋଲିସ ପହଞ୍ଚି ଥିଲା କଲେଜରେ । ଏବେ ସତ୍ୟା ସତ୍ୟ ସମସ୍ତଙ୍କ ସାମ୍ନାରେ । ପୋଲିସ୍ ଘଟଣାରେ ସାମିଲ୍ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଘଟଣା ସ୍ଥଳରୁ ଅନେକ ଆପଦ ଜନକ ଜିନିଷ ଜବତ କରିଛି ।

ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଫେରାର ହୋଇଯାଇଥିବା ଜଣାପଡିଛି। କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରାତିରେ ପାଟଣାଗଡ଼ ଥାନା ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ।