ଦେଖନ୍ତୁ ଭିଡ଼ିଓ: ହେଇଗଲା ବଡ଼ ଦୁର୍ଘଟଣା, ଗଛରେ ପିଟିହେଲା ଆମ୍ବୁଲାନ୍ସ ଏବଂ ପେଟ ରୁ ବାହାରିପଡିଲା ଛୁଆ

 
ambulance...

ସୀତାକାନ୍ତ ବେହେରାଙ୍କ ସ୍ତ୍ରୀ ସୁଭଦ୍ରାଙ୍କର ଗର୍ଭ ଯନ୍ତ୍ରଣା ହେଉଥିଲା ଏବଂ ଜନନୀ ଏକ୍ସପ୍ରେସ କୁ ଖବର ଦିଆଯାଇଥିଲା | ଖବର ପାଇଁ ଉକ୍ତ ଅଂଚଳର  ୧୦୨ ଜନନୀ ଆମ୍ବୁଲାନ୍ସ ରେ ସୁଭଦ୍ରାଙ୍କୁ ମେଡିକାଲ ନେଇଯାଉଥିଲା ହେଲେ ଫିରିଙ୍ଗିଆ ଗୋଷ୍ଠୀ ସ୍ବସ୍ଥାକେନ୍ଦ୍ର ମାତ୍ର ୨୦ କିଲୋମିଟର ଥିବାବେଳେ ଡ଼ିମିରି ଗୁଡା ଛକ ଠାରେ ଆମ୍ବୁଲାନ୍ସଟି ସାଲଗଛକୁ ଯାଇ ଧକା ଦେଇଥିବା ଫଳରେ ପେଟରେ ଆଘାତ ଲାଗିବା ପରେ ଛୁଆଟି ପେଟରୁ ବାହାରିପଡିଛି |

ambulace accident

ଆମ୍ବୁଲାନ୍ସ ଭିତରୁ ବାହାରି ଆସି ମହିଳା ଜଣକ ବର୍ଷାରେ  ଭିଜି ଭିଜି ପ୍ରସବ ଯନ୍ତ୍ରଣାକୁ ସହିନପାରି ରାସ୍ତା ଉପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି |ମହିଳାଙ୍କ ସମ୍ପର୍କୀୟ ଏବଂ ଆଶା ଦିଦି କନ୍ୟାଟିକୁ ଧରି ପୋଛା ପୋଛି କରିଦେଉଛନ୍ତି | 

ସୂଚନା ପାଇବା ପରେ ଫିରିଙ୍ଗିଆ ଅଂଚଳର ୧୦୮  ଆମ୍ବୁଲାନ୍ସ ଯୋଗେ ଉଭୟ ମା ଏବଂ ଶିଶୁ କନ୍ୟାକୁ ଡାକ୍ତରଖାନା ନିଆଯାଇଥିଲା | ଉଭୟ ମା ଏବଂ ଛୁଆ ଦୁଇ ଜଣ ସୁସ୍ଥ ଅଛନ୍ତି | 

ଦୁର୍ଘଟଣା ଉପରେ ମା ଓ ଛୁଆଙ୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିନଥିଲା କେବଳ ସୁଭଦ୍ରାଙ୍କର ସମ୍ପର୍କୀୟ ସାମାନ୍ୟ ଆହତ ହୋଇଛନ୍ତି | ସ୍ଥାନୀୟ ଲୋକେ କହିଛନ୍ତି ଗାଡି ଚାଳକଙ୍କର ବେପରୁଆ ଗାଡି ଚଳାଇବା ଯୋଗୁ ଏହିଭଳି ଦୁର୍ଘଟଣା ଘଟିଛି |