ଦେଖନ୍ତୁ ଭିଡିଓ: ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସିଥିବା ବୁଲଡୋଜର ଡ୍ରାଇଭର ଅଚେତ ହୋଇଗଲେ କାହିଁକି

 
Mangala mandir

ମନ୍ଦିର ଭାଙ୍ଗିବାକୁ ଯାଉଥିବା ବେଳେ କିଛି ଘଟି ଯାଇଥିଲା ଏମିତି । ଯାହା ଶୁଣିଳେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମନ୍ଦିର ଭାଙ୍ଗିବାକୁ ହାଇ କୋର୍ଟ ସିନା ଦେଇ ଦେଲା ନିଷ୍ପତ୍ତି ହେଲେ ଏହା କିନ୍ତୁ ବୋଧ ହୁଏ ମାଆ ମଙ୍ଗଳାଙ୍କ ଇଛା ନ ଥିଲା । କୁହାଯାଏ ଭକ୍ତ ବିନା ଭଗଵାନ ଅଧୁରା। ଯେଉଁଠି ମାଙ୍କ ଏତେ ସବୁ ଭକ୍ତ ରହିଛନ୍ତି ମାର କେମିତି ବା ଇଛା ହେବ ସେହି ସ୍ଥାନ ଛାଡି ଜିବା ପାଇଁ। ଭକ୍ତ ମାନଙ୍କ କାନ୍ଦ ଓ ବିନତିକୁ କେମିତି ବା ଅଣଦେଖା କରିଥାନ୍ତି ମାଆ।

Mandira

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ନାର୍କୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁ ର ମହୁଲିଗୁରି ସାହିରେ। ଏହି ସାହିରେ ଥିବା ଏକ ମଙ୍ଗଳ ମନ୍ଦିର କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋଟ। କୋର୍ଟ ର ନିଷ୍ଫତି ଅନୁସାରେ ପୋଲିସ ବହିନୀ ଉପସ୍ଥିତିରେ ମନ୍ଦିର ଭଙ୍ଗା କାର୍ଯ୍ୟ ମଧ୍ୟ ଚାଲିଥିଲା। ହେଲେ ସେହି ସମୟରେ ଘଟି ଥିଲା କିଛି ଏପରି।

ମନ୍ଦିର ଭାଙ୍ଗିବା ପାଇଁ ଆସିଥିବା ବୁଲ୍ଡୋଜର ଡ୍ରାଇଭର ଅଚାନକ ଅଚେତ୍ ହୋଇ ପଡ଼ିଥିଲେ। ଗୋଟିଏ ପଟେ ମନ୍ଦିର ଭାଙ୍ଗିବାର ପ୍ରସ୍ତୁତି ଚାଲିଥାଏ ଆଉ ଗୋଟେ ପଟେ ଭକ୍ତ କାନ୍ଦି କାନ୍ଦି ମାଙ୍କୁ ଡାକୁଥାଏ। ଏହିସମୟରେ ଡ୍ରାଇଭର ର ଏମିତି ଅବସ୍ଥା ଦେଖି ଭକ୍ତ ମାନଙ୍କର ଭକ୍ତି ଓ ଆତ୍ମବିଶ୍ବାସ ଆହୁରି ବଢି ଯାଇଥିଲା। ଯାହା ପରେ ଘଣ୍ଟ ହୁଳହୁଳୀରେ ସେହି ସ୍ଥାନ ପ୍ରକମ୍ପିତ ହୋଇ ଉଠିଥିଲା।

ସୂଚନା ଅନୁସାରେ ସେହି ଗ୍ରାମର ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ସେହି ମନ୍ଦିରକୁ ଲାଗି ଏକ ପ୍ଲଟ କିଣିଥିଲେ ତାଙ୍କ ପ୍ଲଟ ସାମ୍ନାକୁ ଲାଗି ଏହି ମଙ୍ଗଳା ମନ୍ଦିର ଅବସ୍ଥିତ। ଯାହାକି ଏକ ଗୋଚର ଜମିରେ ନିର୍ମିତ। ଏହି ମନ୍ଦିର ହେତୁ ରାମଚନ୍ଦ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।

ପୂର୍ବରୁ ଏ ନେଇ ଗ୍ରାମବାସୀ ଓ ରାମଚନ୍ଦ୍ର ଙ୍କ ମଧ୍ୟରେ କଳହ ଦେଖା ଦେଇଥିଲା। ଏନେଇ ରାମଚନ୍ଦ୍ର ନାୟାଳୟର ଆଶ୍ରୟ ନେଇ ଥିଲେ।ଓ ନ୍ୟାଳୟର ନିଷ୍ପତି ମଧ୍ୟ ତାଙ୍କ ସପକ୍ଷ ରେ ହୋଇଥିଲା। ତେବେ ଗତ ବର୍ଷ ମଧ୍ୟ ମନ୍ଦିର ଭାଙ୍ଗିବାକୁ ଚେଷ୍ଟା କରାଇଥିଲା ଯେଉଁଥିରେ ବିଫଳ ହୋଇଥିଲେ ପ୍ରଶାସନ।