ଦେଖନ୍ତୁ ଭିଡିଓ: ମୁଣ୍ଡଳୀରେ ଚାଲିଥିଲା ଫିଲ୍ମ ସୁଟିଙ୍ଗ, ପାଣି ଭିତରେ ମିଛି ମିଛିକା ଅଭିନୟ ସତ ହୋଇଗଲା

 
Actress

ଫିଲ୍ମ ସୁଟିଂ ଚାଲିଥିବା ବେଳେ ଘଟିଲା ଦୁର୍ଘଟଣା।ଉଭୟ ନାୟକ ଓ ନାୟିକାଙ୍କ ସହ ଥରେ ନୁହେଁ ବରଂ ଦୁଇ ଥର ଘଟିଲା ଦୁର୍ଘଟଣା। ଘଟଣା ଟି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର। ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ତ୍ତମାନ ପରିସ୍ଥିତି ସହ ଆମେ ସମସ୍ତେ ପରିଚିତ। ହେଲେ ଏଥି ମଧ୍ୟରେ ଏକ ନୂଆ ଆଶା ଓ ଆକାଂକ୍ଷା  ସହିତ ଏକ ନୂତନ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଫିଲ୍ମଟିର ନାମ ଥିଲା “ଅପରେସନ"।ଏହି ଫିଲ୍ମଟି ଦେଶାତ୍ମବୋଧକ ଉପରେ ଆଧାରିତ ଥିଲା।ଫିଲ୍ମଟିରେ ଯବାନ ପରିବାର ର ସଂଘର୍ଷ ଓ ତ୍ୟାଗକୁ ଚରିତାର୍ଥ କରାଯାଇଛି।ଫିଲ୍ମଟିରେ ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ,ଲେଖକ ଦିଲ୍ଲୀପ ଚୌଧୁରୀ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏବଂ ନିର୍ଦ୍ଦେଶକ ସୁଧାଂଶୁ ସାହୁ , ମୁଖ୍ୟ ନାୟକ ଶ୍ରେୟାନ ଓ ମୁଖ୍ୟ ନାୟିକା ଭୂମିକା ରହିଛନ୍ତି।

Bhumika

କଟକର କାଠଯୋଡ଼ି ଠାରେ ଏକ ଷ୍ଟନ୍ଟ ସିନ ସୁଟିଂ ହେଉଥିବା ବେଳେ ଘଟିଥିଲା ଦୁର୍ଘଟଣା।ପାଣି ଭିତରେ ହେଉଥିଲା ଏହି ସୁଟିଂ। ନଈରେ ପ୍ରଖର ସୁଅ ହେତୁ ଭଲ ପହଁରା ଜାଣିଥିବା ସତ୍ତ୍ୱେ ସୁଅରେ ଭାସି ଯାଇଥିଲେ ନାୟକ ଶ୍ରେୟାନ। ହେଲେ ସେ ଡରି ନା ଯାଇ ସାହସର ସହିତ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ।

 

ସେହି ପରି ନାୟିକା ଭୂମିକା ମଧ୍ୟ ଏକ ଦୁର୍ଘଟଣା ର ସାମନା କରିଥିଲେ ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁନର୍ବାର ସୁଟିଂ ସେଟକୁ ଫେରିଛନ୍ତି ଏବଂ ପୁଣି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ।