ନୂଆ ପାଞ୍ଜିରେ ଭୟଙ୍କର କଥା: ବିଶ୍ୱ ପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ, ଓଡ଼ିଆରେ ଘଟିବ ଏମିତି ସବୁ
ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ଅବସରରେ ଆଗାମୀ ବର୍ଷ କିଭଳି କଟିବ ତାହା କୁହାଯାଇଥାଏ ଏହି ବିଷୟରେ ଏବେ ଜାଣି ରଖନ୍ତୁ । ପାଞ୍ଜି ପାଠ କରି ଜ୍ୟୋତିଷ ଅନେକ କଥା କହିଛନ୍ତି । ଜ୍ୟୋତିଷ କହିଛନ୍ତି ଆଗାମୀ ଦିନରେ ଦେଶ ଆଉ ରାଜ୍ୟରେ ଅନେକ କିଛି ଘଟଣା ଦୁର୍ଘଟଣା ଘଟିବ।
ଆମ ଦେଶ ଆଉ ରାଜ୍ୟରେ ସାମ୍ପ୍ରଦୟିକ କନ୍ଦଳ, ଚୋରି, ଡକାୟତ, ଯାନ ଦୁର୍ଘଟଣା, ବେକାରୀ ସମସ୍ୟା, ଘନଘନ ବିଜୁଳି ଆଉ ବଜ୍ରପାତ ଯୋଗୁଁ ମୃ-ତ୍ୟୁ, ତୈଳ ବୃଦ୍ଧି, କୃଷି ଯାନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଅଚିହ୍ନା ରୋଗ ବୃଦ୍ଧି, ରକ୍ତ ଚାପ, କିଡନୀ ରୋଗ ସମସ୍ୟା ବୃଦ୍ଧି ହେବ ବୋଲି ସୂଚନା ମିଳିଛି । ନୂତନ ସମ୍ବତ୍ସର ସିଦ୍ଧାର୍ଥ ଆସନ୍ତା ମେ ମାସ ୧୩ ତାରିଖରେ ପ୍ରବେଶ କରିବ । ଏହାପରେ ଦେଶରେ ଆଉ ରାଜ୍ୟରେ କୃଷିଜାତ ଦ୍ରବ୍ୟ ସୁଲଭ ହେବ, ତୈଳ ଦର ହ୍ରାସ ପାଇବ, କିଛି ମାତ୍ରାରେ ଚୋରି ଡକାୟତ କମିବ ।
ରାଜନୈତିକ କ୍ଷେତ୍ରରେ ଶାନ୍ତି ସ୍ଥାପନ ହେବ । ଅଳ୍ପ ଭୂମିକମ୍ପ ଦେଖାଯିବ, ଅଚିହ୍ନା ରୋଗ ଦେଖାଯିବ, ଏହି ରୋଗର ପ୍ରତିକାର ପାଇଁ ହରିନାମ କୀର୍ତ୍ତନ ଆଉ ଜପ କରିବା ଉଚିତ୍ । ଆଗାମୀ ୨୫ ବର୍ଷ ଭିତରେ ୯୭ ଚନ୍ଦ୍ରଗ୍ରହଣ ଆଉ ସୂର୍ଯ୍ୟପରାଗ ଦେଖାଯିବ । ସେଥିମଧ୍ୟରୁ ଆମ ଦେଶ ଆଉ ରାଜ୍ୟରେ ୩୭ଟି ସୂର୍ଯ୍ୟପରାଗ ଦେଖାଯିବ । ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଗୋଟିଏ ସୂର୍ଯ୍ୟପରାଗ ଦେଖାଯିବ । ଆସନ୍ତା ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ବି ଦେଖା ଯାଇପାରେ ।
ଏବର୍ଷ ବିଶ୍ଵ ମଙ୍ଗଳପ୍ରଦ ରହିବ । କିନ୍ତୁ ଆର୍ଥିକ ଅବସ୍ଥା ମାନ୍ଦା ରହିବ । ବ୍ରିଟିଶ ଦ୍ବୀପପୁଞ୍ଜରେ ଆଗାମୀ ନେଭେମ୍ବର ମାସରେ ଏକ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ ହେବ । ଆମେରିକାରେ ରାଜନୈତିକ ସ୍ଥିତି ସଙ୍କଟ ରହିବ । ପାକିସ୍ତାନରେ ରାଜନୈତିକ ଅଶାନ୍ତି ଓ ଅସ୍ଥିରତା ବଢିବ । ଆମ ଦେଶର ଆର୍ଥିକ ଅବସ୍ଥା ସୁଧୁରିବ । ସରକାରଙ୍କ ଚିନ୍ତା ବଢାଇବ ପାକିସ୍ତାନ । ରାଜ୍ୟରେ ପାଣିପାଗ କୃଷି ଅନୁକୂଳ ରହିବ । ଆମ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହେବ । ଆମ ରାଜ୍ୟର ସପ୍ତମରେ ବୃହସ୍ପତି ଆଉ ତୃତୀୟରେ ରାହୁ ରହିଥିବାରୁ ଉତ୍ତମ ସ୍ଥିତି ରହିବ ମାତ୍ର ଚତୁର୍ଥରେ ଶନି ରହିଥିବାରୁ କେବେ କେବେ ଅଶାନ୍ତି ହେବ ।