ମମତା ବାନାର୍ଜୀ କହିଲେ: “ପାପୀ ମ୍ୟାଚ୍ ଦେଖୁଥିବାରୁ ଭାରତ ଫାଇନାଲ୍‌ ଜିତି ପାରିଲାନି ନାହିଁ”, ଜାଣନ୍ତୁ ପୁରା ଖବର

 
Mamta Banerjee

ଭାରତ ବିଶ୍ଵ କପ୍ ନିଶ୍ଚିନ୍ତ ଜିତି ଥାନ୍ତା, ଯଦି ଏହି ପାପି ଖେଳ ଦେଖିବାକୁ ଷ୍ଟାଡିୟମ୍ କୁ ଯାଇ ନ ଥାନ୍ତା । ଏପରି ଏକ ବୟାନ ଦେଇଛନ୍ତି ୱେଷ୍ଟ ବେଙ୍ଗଲର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ମମତା ଏଠି ସିଧା ସଳଖ ଟାର୍ଗେଟ କରିଛନ୍ତି ବିଜେପିକୁ । ବିଜେପିକୁ ନୁହେଁ ତ ସିଧା ବିଜେପିର ସୁପ୍ରିମ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ।

ଘୁଉ

ମମତା କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମ୍ ରେ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରୁଥିବା ବେଳେ ଦେଇଛନ୍ତି ଏପରି ବୟାନ । ସେ କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ର ବିଶ୍ଵ କପ୍ ରେ ପ୍ରଦର୍ଶନ ଅତି ଦମ୍ ଦାର୍ ଥିଲା । ଏପରିକି ଗୋଟିଏ ବି ୱାନ ଡେ ମ୍ୟାଚ୍ ହାରି ନ ଥିଲା ଭାରତ । ଯାହା କୌଣସି ସାଧାରଣ କଥା ନୁହେଁ ।

ପୂର୍ବରୁ ଏତେ ଭଲ ପ୍ରଦର୍ଶନ କରୁଥିବା ଟିମ୍ ଫାଇନାଲରେ ହାରିଗଲା କିପରି । ଏପରି ସେ ଉଠାଇଛନ୍ତି ପ୍ରଶ୍ନ । ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଧୀରେ ଧୀରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏପରିକି କ୍ରିକେଟ ଟିମ୍ କୁ ମଧ୍ୟ ଛାଡ଼ିନି । ବିଜେପି କୁଆଡେ ଭାରତୀୟ କ୍ରିକେଟ ଟିମ୍ କୁ ଗେରୁଆ ରଙ୍ଗର ଜର୍ସି ପିନ୍ଧିବା ପାଇଁ କହିଥିଲା। ଯାହାକୁ ମନା କରି ଦେଇଥିଲା ଦଳ । 

ସୂଚନା ଥାଉକି ଟିମ୍ ଇଣ୍ଡିଆର ମୁଖ୍ୟ ଜର୍ସି ବ୍ଲୁ ହୋଇଥିବା ବେଳେ ପ୍ରାକ୍ଟିସ୍‌ ବେଳେ ଦଳ କମଳା ରଙ୍ଗର ଜର୍ସି ପିନ୍ଧୁଛି। ଯାହାକୁ ନେଇ ମମତା ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ବିଜେପି ସବୁଠି କବ୍ଜା କରି ନେଲାଣି। କ୍ରିକେଟ୍ ଓ କବ୍ବାଡିରେ ବି ଗେରୁଆ କରିଦେଇଛି ବୋଲି ମମତା ଅଭିଯୋଗ କରିଛନ୍ତି। ଗେରୁଆ ତ୍ୟାଗୀମାନଙ୍କର ରଙ୍ଗ ଓ ହେଲେ ଆପଣମାନେ(ବିଜେପି) ଭୋଗୀ ବୋଲି ମମତା ଟାର୍ଗେଟ୍ କରିଛନ୍ତି।