କପି ଚେକ୍ କରିବା ବାହାନାରେ ଛାତିକୁ ମାଡି ବସିଲେ ଶିକ୍ଷକ, ଝୁଲିପଡିଲା +2 ଛାତ୍ରୀ, ଜାଣନ୍ତୁ ପୁରା ଘଟଣା

 
+2 students

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ କଲେଜର ଜଣେ ଯୁକ୍ତ ୨ ଛାତ୍ରୀ ଜୀବନ ହାରିଛନ୍ତି। ପରୀକ୍ଷା ବେଳେ ଜଣେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ସେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଦିନ ତାଙ୍କ ମା' ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଫେବୃଆରୀ ୧୯ ତାରିଖ ଦିନ ପରୀକ୍ଷା ସମୟରେ ପର୍ଯ୍ୟବେକ୍ଷକ ଜଣକ କପି ଚେକ୍ କରିବା ବାହାନାରେ ତାଙ୍କୁ କମନ ରୁମକୁ ନେଇ ଖରାପ ଭାବରେ ସ୍ପର୍ଶ କରିଥିଲେ। ସେ ପ୍ରତିରୋଧ କରିବାରୁ ତାକୁ ଫେଲ୍ କରାଇବାର ଧମକ ମଧ୍ଯ ଦେଇଥିଲେ। ଏପରିକି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ଚେତାବନୀ ମଧ୍ଯ ଦେଇଥିଲେ। ପ୍ରାୟ ୧୦ ମିନିଟ୍ ପରେ ସେ ପରୀକ୍ଷା ହଲକୁ ଫେରି ଆସିଥିଲେ।

ଛାତ୍ରୀ

ତେବେ ଘରେ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ। ଯାହାପରେ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲା ବେଳେ ପରୀକ୍ଷା ସରିବା ପରେ ସମସ୍ୟାର ସମାଧାନ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଫେବୃଆରୀ ୨୪ ତାରିଖରେ ଝିଅଟି ଜୀବନ ହାରିଥିବା ଜଣାପଡିଛି।

ଅପରପକ୍ଷରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ବେଳେ ମୃତକଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତଦନ୍ତକୁ ଆରମ୍ଭ ହୋଇଛି। ଏପରିକି ଯାଞ୍ଚ ପାଇଁ କଲେଜରୁ ସିସିଟିଭି ଫୁଟେଜ୍ ମଧ୍ଯ ସଂଗ୍ରହ କରାଯାଇଥିବା ଜଣାପଡିଛି। ତେବେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ନେଇ ଆଇଆଇସି ଧୀରଜ ଲେଙ୍କା କହିଛନ୍ତି।