ଆଜିବୁଜା କଟିବ ଚାଲାଣ: ପରିବହନ ବିଭାଗ ଦେଲା ଅଜବ୍ ନିର୍ଦ୍ଦେଶ, ଫାଇନ୍ କାଟି ଟାର୍ଗେଟ୍ ପୁରା କର ନଚେତ୍...

 
Vehicle checking

ଏଣିକି ରାସ୍ତାରେ ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। ସାମାନ୍ୟ ଭୁଲ୍ ପାଇଁ ଆପଣଙ୍କୁ ବଡ଼ ଆକାରର ଫାଇନ୍ ଦେବାକୁ ପଡିପାରେ। କାରଣ ଏବେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଚାଲାଣର ଟାର୍ଗେଟ ପୁରଣ କରିବା ପାଇଁ ଅଧିକାରୀମାନେ ଚାତକ ପରି ଚାହିଁ ବସିଛନ୍ତି। ଆଜ୍ଞା ହଁ, ଏବେ RTO ଅଧିକାରୀ ମାନଙ୍କୁ ଚାଲାଣ କାଟିବା ପାଇଁ ଟାର୍ଗେଟ୍ ଦିଆଯାଇଛି।

Traffic

ଜେନତେନ ପ୍ରକାରେ ଗାଡି ଚାଳକଙ୍କ ଠାରୁ ମୋଟା ଅଙ୍କର ଚାଲାଣ କାଟିବା ପାଇଁ ପରିବହନ କମିଶନରଙ୍କ ଦ୍ଵାରା ଟାର୍ଗେଟ ଦିଆଯାଇଛି। ଛୋଟ ମୋଟ ଟାର୍ଗେଟ ନୁହେଁ ବରଂ ଅତିରିକ୍ତ ଆରଟିଓ ଏବଂ ଜୁନିଅର୍ ଏମଭିଆଇଙ୍କୁ ମାସକୁ ୧୫ ଲକ୍ଷ ଟଙ୍କାର ଟାର୍ଗେଟ ଦିଆଯାଇଥିବା ବେଳେ ଟିଆଇଙ୍କୁ ମାସକୁ ୨୦ ଲକ୍ଷ ଟଙ୍କାର ଟାର୍ଗେଟ ଦିଆଯାଇଛି। ଏଥିସହିତ ୭୦୦ ରୁ ୧୦୦୦ ଗୋଟି ଚାଲାଣ କାଟିବାକୁ ମଧ୍ୟ ଟାର୍ଗେଟ ଦିଆଯାଇଛି।

Police

ଏପରିକି RTO ଏବଂ MVI ନିଜେ ମାସକୁ ୫୭ଟି ଚାଲାଣ କାଟିବା ପାଇଁ ଟାର୍ଗେଟ ଦିଆଯାଇଛି। ବିନା ହେଲମେଟରେ ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଫୋନରେ କଥା ହେବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ବାନ୍ଧିବା, ଟ୍ରିପଲିଙ୍ଗ, ମାଲବାହି ଗାଡ଼ିରେ ପ୍ୟାସେଞ୍ଜର୍ ନେବା, ଟ୍ରାଫିକ୍ ଲାଇଟ୍ ନିୟମ ଭାଙ୍ଗିବା ଆଦି କ୍ଷେତ୍ରରେ ମୋଟା ଅଙ୍କର ତଣ୍ଡ ଆଦାୟ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ, ରାଜସ୍ୱ ବଢାଇବା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ଟାର୍ଗେଟ କରାଯିବା ନୀତିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।