ସୁମିତଙ୍କ ଭିଡ଼ିଓକୁ ନେଇ ପ୍ରତିକ୍ରିୟା ରଖିଲେ ତପସ୍ୱିନୀ କହିଲେ, ଖାଲି ସେକ୍ସ କରିବା ପାଇଁ ସ୍ୱାମୀ ସ୍ତ୍ରୀ କଣ... ଦେଖନ୍ତୁ ଭିଡ଼ିଓ

 
Tapaswini

"ସ୍ୱାମୀ ସ୍ତ୍ରୀ ଏକାଠି ଘରେ ରହିବା ମାନେ କଣ ଖାଲି ସେକ୍ସ କରିବା"। ସ୍ୱାମୀ ସୁମିତଙ୍କ ଭିଡ଼ିଓ ବାର୍ତ୍ତାର ଏଭଳି ଜବାବ ଦେଇଛନ୍ତି ପତ୍ନୀ ତପସ୍ୱିନୀ। କିଛି ଦିନ ତଳେ କୋର୍ଟ ଏହି ଦମ୍ପତ୍ତିଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ, ଦୁଇ ଦିନ ପରେ ସୁମିତ ସ୍ତ୍ରୀକୁ ଏକା ଛାଡ଼ି କେଉଁଆଡେ ପଳାଇ ଯାଇଥିଲେ। ଦୁଇ ଦିନ ରହିବା ଭିତରେ ସେମାନଙ୍କ ଭିତରେ ସ୍ୱାମୀ-ସ୍ତ୍ରୀର କୌଣସି ସମ୍ପର୍କ ନଥିବା ସୁମିତ କହିଥିବା ବେଳେ ଏବେ ତପସ୍ୱିନୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

Tapaswini

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ତପସ୍ୱିନୀ କହିଛନ୍ତି ଯେ ସେ ତାଙ୍କର ସ୍ତ୍ରୀ ହୋଇଥିବାର ସମସ୍ତ ଧର୍ମ ପାଳନ କରୁଛନ୍ତି କିନ୍ତୁ, ଗରିବ ପରିବାରର ହୋଇଥିବାରୁ ତାଙ୍କ ସହିତ ଏଭଳି ବ୍ୟବହାର କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ,"ମୋ ଲୁହର ମୂଲ୍ୟ କେତେ ମୁଁ ବୁଝିଛି। ସେ ମୋଠାରୁ ଖସିଯିବାକୁ ଚାହୁଁଛନ୍ତି, ମୁଁ ଲଢ଼ି ଲଢ଼ି ତାଙ୍କୁ ନେଇକି ଆସିବି"। ଝିଅଟିଏ ସରସ୍ୱତୀଙ୍କ ରୂପ ହୋଇଥିଲେ ହେଁ ଦରକାର ପଡ଼ିଲେ ସେ କାଳୀଙ୍କ ରୂପ ନେଇପାରେ ବୋଲି ସେ ଚେତାଇ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ଆହୁରି ଅଡୁଆ ହେବାରେ ଲାଗିଛି। ପ୍ରଥମେ ଉଭୟଙ୍କର କୋର୍ଟ ମ୍ୟାରେଜ୍ ହୋଇଥିବା ବେଳେ ପରେ ସୁମିତଙ୍କ ପରିବାର ଲୋକେ ତପସ୍ୱିନୀଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ଏବେ, ତପସ୍ୱିନୀ ସୁମିତଙ୍କ ଘର ସାମ୍ନାରେ ଧାରଣା ଦେଇ ବସିଛନ୍ତି। ଅନ୍ୟପକ୍ଷରେ ସେ କେଉଁଆଡ଼େ ଫେରାର ହୋଇନଥିବା ଏବଂ ତାଙ୍କ ଦେହ ଖରାପ ହୋଇଥିବାରୁ ଆରାମ ନେଉଥିବା ସୁମିତ କହିଛନ୍ତି। ଏଥିସହିତ ଲଗାତାର ୧୦ ଦିନରୁ ଅଧିକ ଛୁଟିରେ ରହିଥିବାରୁ ସୁମିତଙ୍କ ଦରମା ବନ୍ଦ ହୋଇଥିବା ନେଇ ଗଞ୍ଜାମ ସିଡିଏମ୍ଓ ସୂଚନା ଦେଇଛନ୍ତି।