ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ପାଣ୍ଡିଆନ୍ ଦେଇଛନ୍ତି ଢେର ସଫଳତା, ଜାଣନ୍ତୁ ପୁରା ଖବର

 
Pandian

ଆଇଏସ୍ ଚାକିରୀରୁ ସ୍ବେଛାକୃତ ଭାବେ ଅବସର ନେବାର ଚବିଶ ଘଣ୍ଟା ନ ପୁରୁଣୁ ପାଣ୍ଡୀଆନଙ୍କୁ ମିଳିଛି ଆଉ ଏକ ଗୁରୁ ଦାୟୀତ୍ବ । ଚାକିରୀରୁ ଅବସର ନେବା ପରେ ଦାୟୀତ୍ବ କ୍ଷମତା କମିନି ବରଂ ଅଧିକ ବଢି ଯାଇଛି । ଫାଇଭ୍ ଟି ସଚିବରେ ଅଧ୍ୟକ୍ଷ ସହ ତାଙ୍କୁ ମିଳିଛି କ୍ୟାବିନେଟର ପାହ୍ୟା ।

ଅନୁମାନ କରାଯାଉଛି ପୂର୍ବ ଅପେକ୍ଷା ଓଡ଼ିଶା ରାଜନୀତିରେ ଆଗକୁ ବେଶ୍ ଦବଦବା ରହିବ ପାଣ୍ଡୀଆନ ଙ୍କର। ତେବେ ଆସନ୍ତୁ ଜାଣିବା ସରକାରୀ ଚାକିରିରୁ ରାଜନୀତିର ଏଣ୍ଟ୍ରି ରେ କେମିତି ରହିଥିଲା ପାଣ୍ଡୀଆନ ଙ୍କ ଯାତ୍ରା ।

N

୨୯ ମଇ ୧୯୪୨ ରେ ତାମିଲନାଡୁରେ ଜନ୍ମ ନେଇଥିଲେ ପାଣ୍ଡୀଆନ। ସେ ପ୍ରାୟ ତେଇଶି ବର୍ଷ ବୟସରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସିଭିଲ ସର୍ଭ୍ୟାଣ୍ଟ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ହୋଇଥିଲା । ଏବଂ ପରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସେ ଉପଜିଲ୍ଲାପାଳ କାମ କରିଛନ୍ତି ।

୨୦୧୧ ମସିହାରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ହେବାର ସୁଯୋଗ ମିଳିଥିଲା । ଯାହା ପରେ ନବୀନ ଓ ତାଙ୍କ ଦଳ ସହିତ ପାଣ୍ଡୀଆନ ଙ୍କ ସମ୍ପର୍କ ଅତି ଘନିଷ୍ଠ ହୋଇଯାଏ । ଯାହାର ପରିଣାମ ସ୍ୱରୂପ ୨୦୧୯ ମସିହାରେ ଫାଇଭ ଟି ସଚିବ ଭାବେ ସେ ଦାୟୀତ୍ବ ଗ୍ରହଣ କରନ୍ତି । ପାଣ୍ଡୀଆନଙ୍କ ସମୟରେ ଗଞ୍ଜାମ ଜିଲ୍ଲା ପ୍ରାୟ ଚାରି ଥର ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇଛି ।

ଜଣେ ଆଇଏସ ଅଧିକାରୀ ଭାବରେ ଓଡ଼ିଶାର କିଛି ପଛୁଆ ଜିଲ୍ଲା ପାଇଁ ସେ ବେଶ୍ କିଛି ସଫଳତା ଆଣି ଦେଇଛନ୍ତି । ସେତେବେଳେ ଯାଏଁ ତ ସବୁ କିଛି ଠିକ୍ ଥିଲା । ହେଲେ ପାଣ୍ଡୀଆନ ଯେବେଠୁ ସିଭିଲ ସର୍ଭିସ ଛାଡ଼ି ରାଜନୀତି କରିବାରେ ଲାଗିଲେ ସେବେଠାରୁ ଦେଖା ଦେଇଥିଲା ବିରୋଧର ଛାୟା।