ତହସିଲଦାରଙ୍କ ନାଗିନ୍ ଡାନ୍ସ! ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ ଭିଡିଓ

 
Madam nka dance

ଗୋଟିଏ ପଟେ ସାଧାରଣ ଲୋକେ ଲକଡାଉନରେ ଘରୁ ବାହାରି ପାରୁନଥିବା ବେଳେ ଅନ୍ୟପଟେ କରୋନା କଟକଣା ଭାଙ୍ଗି ନାଚ ଗୀତରେ ମସଗୁଲ ରହୁଛନ୍ତି ପ୍ରଶାସାନିକ ଅଧିକାରୀ। ଏହିପରି ଏକ ଚିତ୍ର ସାମ୍ନା କୁ ଆସିଛି ଜଗତସିଂହପୁର ଜିଲ୍ଲାରେ ଯେଉଁଠାରେ ଜଣେ ମହିଳା ତହସିଲଦାର ବିନା ମାସ୍କରେ ବରଯାତ୍ରୀଙ୍କ ସହ ନାଚୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଏହି ଘଟଣା ମୁତାବକ ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର ବୁଲବୁଲ୍ ବେହେରା ନିଜ ଭଉଣୀ ବାହାଘରରେ ଯୋଗ ଦେଇଥିଲେ। ଏହି ବାହାଘର ଜଗତସିଂହପୁର ଜିଲ୍ଲା ତିର୍ତୋଲ ଜଗନ୍ନାଥପୁରରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ବାହାଘରରେ ଜଣେ ତହସିଲଦାର ମହଜୁଦ ଥାଇ ମଧ୍ୟ ସେଠାରେ କରୋନା ନିୟମର କୌଣସି ପାଳନ ହେଉନଥିଲା। ଏପରିକି ତହସିଲଦାର ବୁଲବୁଲ ବେହେରା ନିଜେ ମାସ୍କ ନ ପିନ୍ଧି ଅନ୍ୟମାନଙ୍କ ସହ ନାଚୁଥିବାର ଦେଖା ଯାଇଥିଲା। ଦେଖନ୍ତୁ ଭିଡିଓ-

(ସୌଜନ୍ୟ: ନନ୍ଦିଘୋଷ ଟିଭି)

ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହେବା ସହ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେବେ ଗୋଟିଏ ପଟେ ମହାମାରୀରେ ଲୋକେମାନେ ମରୁଥିବା ବେଳେ ଜଣେ ତହସିଲଦାରଙ୍କ ଏପରି ମନୋଭାବକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଏହି ବିଷୟକୁ ନେଇ ବୁଲବୁଲ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା।