ଦେଖନ୍ତୁ ଭିଡିଓ: ନୂଆବର୍ଷରେ ଏପଟ ସେପଟ ହୋଇଗଲା ସବୁକିଛି, ଦୁଆର ମୁହଁରୁ ବାହା ଚିତା ନ ଲିଭୁଣୁ, ଚାଲିଗଲେ ସ୍ୱାମୀ ସ୍ତ୍ରୀ

 
Swami stree
ସ୍ଵାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ । ସ୍ଵାମୀଙ୍କ ଚିତା ସମ୍ପୂର୍ଣ ନ ଲିଭୁଣୁ ଜୀବନ ହାରି ଦେଲେ ସ୍ତ୍ରୀ । କିଏ କହିଲା ଏ ମିଛ ମାୟା ସଂସାର ବୋଲି । ମରିଗଲେ ସମସ୍ତେ ପର ହୋଇଯିବେ । ହେଲେ ଏ ସବୁ କଥାକୁ ଆଜି ଭୁଲ୍ ପ୍ରମାଣିତ କରି ଦେଇଛନ୍ତି ଏହି ସ୍ତ୍ରୀ ଜଣକ । ସ୍ଵାମୀ ଚାଲିଯିବାର ଦୁଃଖକୁ ସହି ନ ପାରି ସେ ନିଜେ ସ୍ଵାମୀଙ୍କ ପାଖକୁ ଚାଲି ଯାଇଛନ୍ତି ।

ର

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜଟଣୀ ନିକଟସ୍ଥ ହରିରାଜପୁର ବଅଙ୍ଗ ଗାଆଁରେ । ଗତ ୨୯ ତାରିଖ ଦିନ ହାଇଟେକ୍ ହସ୍ପିଟାଲ୍ ରେ ଏସି ମରାମତି କରୁଥିବା ବେଳେ କମ୍ପ୍ରେଶର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଗୁରୁତର ଭାବେ ଆହତ ହୋଇଥିଲେ ଦିଲ୍ଲୀପ ।  

ଏହି ଦୁର୍ଘଟଣାରେ ଦିଲ୍ଲୀପଙ୍କର ଶରୀରର ଅଧା ଅଂଶ ପୋଡ଼ି ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ଆଇସିୟୁରେ ରହିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ଦିଲ୍ଲୀପଙ୍କୁ । ସ୍ଵାମୀଙ୍କ ମୃତ୍ୟୁ ଖବରରେ ସୋମ୍ୟାଶ୍ରୀ ଔରଫ ସୋନା ସମ୍ପୂର୍ଣ ଭାଙ୍ଗି ଯାଇଥିଲେ । ସୋନା ଏକ ଜିଆନ୍ତା ଶବ ଭଳି ନିସ୍ତେଜ୍ ହୋଇ ପଡ଼ିଥିଲେ ।

ସୋନଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ବାପା ତାଙ୍କୁ ନିଜ ସହିତ ଘରକୁ ନେଇ ଯାଇଥିଲେ । ସମସ୍ତଙ୍କ ଆଶା ଥିଲା କିଛି ଦିନ ବାପ ଘରେ ରହିବା ପରେ ତାଙ୍କ ମନରେ ପରିବର୍ତ୍ତନ ଆସିବ । ଯାହା ପରେ ସବୁ କିଛି ଠିକ୍ ହୋଇଯିବ । ହେଲେ ଏ ସବୁ କିଛି ଏତେ ସହଜ ନ ଥିଲା ତାଙ୍କ ପାଇଁ ।

ସୋନା ଗତ ୧ ଜାନୁୟାରୀ ସୂର୍ଯ୍ୟୋଦୟ ପୂର୍ବରୁ ଫ୍ୟାନ୍ ରେ ଫାଶୀ ଦେଇ ଦେଇଥିଲେ । ଘର ଲୋକେ ଏହି ଦୃଶ୍ୟ ଦେଖିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ ଯେଉଁଠାରେ ଡାକ୍ତର ସୋନାଙ୍କୁ ମୃତ ଘୋଷଣା କରିଥିଲେ ।