ଦେଖନ୍ତୁ ଭିଡିଓ: ଚାରିଆଡେ ବିଛାହେଇଥିଲା ଜାଲ ହେଲେ ଯବାନଙ୍କ ଆଖିରେ ଧୂଳି ଦେଇ ଖସିଗଲା ମିଶିର ବେଶରା

 
Bisira

ଭାରତ ବିଦେଶୀ ଶତ୍ରୁ ବିପକ୍ଷରେ ଲଢି ବିଜୟ ହାସଲ କରିଥିଲେ ମଧ୍ୟ ଘରୋଇ ଶତ୍ରୁ ପାଖରେ ହାର ମାନିଛି ଭାରତ।ଭାରତକୁ ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ପରିଣତ କରିବା ପାଇଁ ଆଜି ବି ଭାରତ ଲଢେ଼ଇ କରୁଛି ଅନେକ ଗଣତାନ୍ତ୍ରିକ ବିରୋଧୀ ପରିସ୍ଥିତି ସହିତ । ସେଥିମଧ୍ୟରୁ ନକ୍ସଲ ସମସ୍ୟା ବିଶେଷ ଭାବେ ଗୁରୁତ୍ଵପୂର୍ଣ୍ଣ ଅଟେ। ନକ୍ସଲମାନଙ୍କୁ ଘର ଢ଼ିଙ୍କି କୁମ୍ଭୀର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତର ଉନ୍ନତି ଆଗରେ ଅନେକ ଥର ମୁଣ୍ଡ ଟେକି ଛିଡ଼ା ହୋଇଛନ୍ତି ଏମାନେ।

କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ନବବିବାହିତ ଯବାନଙ୍କ ଦୁଃଖକୁ ଆଜି ପର୍ଯ୍ୟନ୍ତବି ଭୂଲି ପାରି ନାହାନ୍ତି ଓଡିଶାବାସୀ। କେବଳ ସୁଶାନ୍ତ ନୁହନ୍ତି ଆଜ୍ଞା ତାଙ୍କ ସହ ସହିଦ ହୋଇଥିଲେ ଆଉ ଦୁଇ ଯବାନ। ହେଲେ ଏଥି ମଧ୍ୟରେ ଧରାପଡିଥିଲେ ସହିଦ ଯବାନ ମାନଙ୍କୁ ମାରିଥିବା ନକ୍ସଲ ଜଣକ। ନକ୍ସଲଟିର ନାମ ହେଉଛି ମିଶିର ବେଶ୍ରା। ମିଶିରକୁ ଧରିବା ପାଇଁ ଗତ ୮ତାରିଖରୁ ଆରମ୍ଭ ହୋଇଯାଇଥିଲା ସିକ୍ରେଟ ମିଶନ।ମିଶନ ସଫଳ ମଧ୍ୟ ହୋଇଥିଲା।

hhghy

 ଏପଟେ ମହାରାଷ୍ଟ୍ର ଯବାନ ଏବଂ ଅନ୍ୟ ପଟେ ଛତିଶଗଡ଼ର ଯବାନ ଚାରିପଟୁ ଘେରି ନେଇଥିଲେ ବେଶ୍ରାକୁ। ହେଲେ ଏକା ବେଶ୍ରା ଅନ୍ୟ ଯବାନ ମାନଙ୍କୁ ଚକମା ଦେଇ ହୋଇଯାଇଥିଲା ଫେରାର। ବେଶ୍ରାର ଖସିଯିବା ନ ଥିଲା ସହଜ। ଏପଟେ ମହାରାଷ୍ଟ୍ରର ଯବାନ ଏବଂ ଅନ୍ୟ ପଟେ ଛତିଶଗଡ଼ର ଯବାନ ଘେରି ଗୁଳି ବର୍ଷଣ ମଧ୍ୟ କରିଥିଲେ।ସେପଟେ ବେଶ୍ରା ରିଟର୍ନ ଫାୟାରିଂ ମଧ୍ୟ କରିଥିଲା,ଏତେ ସବୁ ମଧ୍ୟରେ ବି ବେଶ୍ରା ଖସିଯିବାରେ ସକ୍ଷମ ହୋଇଥିଲା।

ଏନେଇ ଯବାନ ଅଧିକାରୀ ନିଲୋଦ ପାଉ କହିଛନ୍ତି ଏଥର ନକ୍ସଲମାନଙ୍କୁ  ଆଉ ଛାଡ ଛୁଡ ନାହିଁ,ଗୋଟି ଗୋଟି କରି ସମସ୍ତଙ୍କୁ ଧରାଯିବ।ଉଚିତ୍ ଜବାବ ବି ଦିଆଯିବ। ସହିଦ ଯବାନଙ୍କ ପ୍ରତିଟି ରକ୍ତ ବିନ୍ଦୁର ହିସାବ ନିଆଯିବ ତାଙ୍କ ଠାରୁ। ସେମାନେ ଯେତେ  କୌଶଳ କଲେ ମଧ୍ୟ ଏଥର ଏଥର ଖସିବା ହୋଇଯିବ ମୁସକିଲ। ଏବେ କେବଳ ଅପେକ୍ଷା ରହିଲା କେବେ ହେବ ନକ୍ସଲ ମୂଳୋତ୍ପାଟନ ଦେଶରୁ।କେବେ ଯିବ ଲୋକମାନଙ୍କ ମନରୁ ନକସଲଙ୍କୁ ନେଇ ଭୟ ଓ କେବେ ବିଶ୍ରା ହେବ ପୁଣି ଧର।।