ଦେଖନ୍ତୁ ଭିଡ଼ିଓ: ODRAF ଯବାନ ଶୁଣାଇଲେ ବୋଟ ବୁଡିବା ସମୟର ଛାତିଥରା ଅନୁଭୂତି, ଶୁଣିଲେ ଥରି ଉଠିବ ଛାତି

 
Boat

ନଦୀ ଭିତରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଲେ ବରିଷ୍ଠ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଦକ୍ଷ ଓଡ୍ରାଫ୍ ଯବାନ ସିତରାମ ମୁର୍ମୁ। ମିଶନ ଗଜରାଜରେ ସାମିଲ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣ ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ, ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣେ ଓଡ୍ରାଫ୍ ଯବାନ ନିଜର ଅନୁଭୂତି ବିଷୟରେ କହିଛନ୍ତି।

Rescue

ଯବାନଙ୍କ କହିବା ଅନୁଯାଇ ସେମାନେ ବୋଟରେ ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ହାତୀ ପାଖକୁ ଯାଇ ତାକୁ କୂଳ ଆଡକୁ ଘଉଡାଇବାକୁ ଚେଷ୍ଟା କରିବା ସେମାନଙ୍କର ଲକ୍ଷ୍ୟ ରହିଥିଲା। କିନ୍ତୁ, ପ୍ରଖର ସ୍ରୋତରେ ରବର ବୋଟଟି ଓଲଟି ପଡ଼ିଥିଲା। ବୋଟଟି ସେଠାରେ ଥିବା ଏକ ଭଉଁରୀ ଭିତରେ ଫସିଯିବାରୁ। ସମସ୍ତେ ସେଠାରେ ପ୍ରାୟ ୭ ମିନିଟ ପର୍ଯ୍ୟନ୍ତ ବୁଡି ରହିଥିଲେ। ଏତେ ସମୟ ପର୍ଯ୍ୟନ୍ତ ବୁଡି ରହିଥିବାରୁ ସେମାନଙ୍କର ଅଵସ୍ଥା ସଙ୍କଟାପନ୍ନ ହୋଇଯାଇଥିବା କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣା ପରେ ଓଡ୍ରାଫ ଟିମର ୪ ଜଣ ସଦସ୍ୟ, ଅରିନ୍ଦମ ଏବଂ ତାଙ୍କ ସହିତ ଥିବା କ୍ୟାମେରାମ୍ୟାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆ ଯାଇଥିଲା। ଗତକାଲି ସେଠାରେ ଅରିନ୍ଦମଙ୍କର ଦେହାନ୍ତ ହୋଇଥିବା ବେଳେ ଓଡ୍ରାଫ୍ ଯବାନ ସିତାରାମଙ୍କର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି।