ଦେଖନ୍ତୁ ଭିଡିଓ: ବାପାଙ୍କୁ ମୁଣ୍ଡିଆ ମାରିଲେ ମନ୍ମଥ, ହେଲେ ଉଠି ଚାଲିଗଲେ ସୁର, ବିଜେଡ଼ିରେ ପୁଅ ମିଶିବା ଭିଷଣ ରାଗିଛନ୍ତି ସୁର

 
Sura routray

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ ନେଇଛି।

Sura routray family

କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନଠାରେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରଛନ୍ତି। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି।

ରାଜନୀତି ପାଇଁ ସୁର ଘରେ କଳି। ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିିଶି ଭୁବନେଶ୍ୱର ଲୋକସଭା ଆସନକୁ ସିଧା ଟିକେଟ ପାଇଛନ୍ତି। ଏହାପରେ ମନ୍ମଥଙ୍କୁ କଟାକ୍ଷ କରିଛନ୍ତି ବଡ ଭାଇ ସିଦ୍ଧାର୍ଥ। କହିଛନ୍ତି, ୬୦ ବର୍ଷର ଇଜ୍ଜତ ଗଲା ଅରୂପ ପଟ୍ଟନାୟକଙ୍କ ଭଳି ବୁଡିବେ ମନ୍ମଥ। ଲାଗୁଛି, ରାଜନୀତି ପାଇଁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘରେ ସବୁ କିଛି ଠିକଠାକ ଚାଲିନାହିଁ।

ମନ୍ମଥ ବିଜେଡିରେ ମିଶିବା ପରେ ସୁର କୋହଭରା କଣ୍ଠରେ କହିଥିଲେ, ଯେତେ ଚେଷ୍ଟାକଲି ପାରିଲିନାହିଁ ଅଭିମାନ କଲା ପାରିଲି ନାହିଁ, ବିଜେଡିରେ ମିଶିବାକୁ ଛାଡିଦେଲି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ପୁଅ ଜିତିଯାଉ। ଚର୍ଚ୍ଚା ହେଉଛି, ଦଳ ମୋହ ଆଗରେ ସୁରଙ୍କ ପୁତ୍ର ମୋହ ଭାରି ପଡିଗଲା କି? ତେବେ ଏହା କେବଳ ଦେଖାଇବା ପାଇଁ ନା ସୁରଙ୍କ ମନରେ ଆଉ କିଛି ଅଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ କଂଗ୍ରେସର ପଦ ପଦବୀ ଛାଡ଼ିବା ପରେ ବି ସେ କଂଗ୍ରେସରେ ରହିବେ ବୋଲି କହିଛନ୍ତି। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି ସୁର। କିନ୍ତୁ ସୁର ରାଉତରାୟ କହିଥିଲେ, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି।