ଦେଖନ୍ତୁ ଭିଡିଓ: ପୁଅ ବିଜେଡ଼ିରେ ମିଶିବା ପରେ ଭାଙ୍ଗି ପଡିଛନ୍ତି ସୁର ରାଉତରାୟ, ରାଗିକି କହିଦେଲେ ବଡ଼ କଥା

 
Sura routray

ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଏପରି କହିବା ବେଳେ କିଛି ସମୟ ଭାବବିହ୍ୱଳ ହୋଇଥିଲେ ମନ୍ମଥ । ବାପା ସବୁବେଳେ ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମ ଥର ବାପାଙ୍କ ବିନା ଏକୁଟିଆ ଆସିଛି।

Manmath toutray

ଅନ୍ୟପଟେ ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି। ସୁର ରାଉତରାୟ ଏକ ଚିଠି ଲେଖି କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲା । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି।

ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଛି। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସୁର ସ୍ପଷ୍ଟ କରିଛନ୍ତି । ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି ସେ କହିଛନ୍ତି।

ବିଜେଡିରେ ଯୋଗ ଦେବା ପରେ ମନ୍ମଥ କହିଛନ୍ତି, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି। ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି।

ସୁର ଆହୁରି କହିଛନ୍ତି- “ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି। ମୋ ପୁଅ ସାବାଳକ ହୋଇଯାଇଛି। ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି। ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ। ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଏବଂ ମୋର ସମର୍ଥକ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ। ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ ବୋଲି ସୁର କହିଥିଲେ।