ଲୋକଙ୍କୁ ଅଶ୍ଳୀଳ ଭାଷା କହି ଫସିଗଲେ ସୁର, ପୁଣି ଏହି କାରଣରୁ କହିଲେ ଆଜିଠୁ ଆଉ ଦୋକ୍ଷରି କହିବିନି, ଦେଖନ୍ତୁ ଭିଡ଼ିଓ

 
Sura routray

ଚଳିତବର୍ଷ ଅଗଷ୍ଟ ୧୦ ତାରିଖରେ ନିଜର ୭୮ ତମ ଜନ୍ମଦିନ ପାଳିଛନ୍ତି ଜଟଣୀ ବିଧାୟକ ତଥା ଓଡିଶା କଂଗ୍ରେସ ନେତା ସୁର ରାଉତରାୟ। କୋଭିଡ଼ କଟକଣା ସତ୍ତ୍ୱେ ସୁରଙ୍କର ସମର୍ଥକମାନେ ଧୁମଧାମରେ ତାଙ୍କର ଜନ୍ମଦିନ ପାଳିଥିଲେ। କିନ୍ତୁ, ଏହାରି ମଧ୍ୟରେ ଆଉ ଏକ ଘଟଣା ଘଟିଥିଲା ଯେଉଁଥିରେ ସୁର ବାବୁ କିଛି ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଥିଲା।

Sura routray

ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହେବାପରେ ପ୍ରତିକ୍ରିୟାରେ ଏହା ତାଙ୍କ ପୁରୁଣା ଅଭ୍ୟାସ ବୋଲି ସୁର କହିଥିଲେ। କିନ୍ତୁ, ଏହାର କିଛି ଦିନ ପରେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଆଉ ଗାଳି ଗୁଲଜ କରିବେନି ବୋଲି କହିଛନ୍ତି। ସୁର ବାବୁଙ୍କ କହିବା ଅନୁଯାଇ କେଦାରନାଥରୁ ଫେରିଥିବା ଜଣେ ସାଧୁ ତାଙ୍କ ସହ ଦେଖା ହୋଇଥିଲେ। ସେହି ସାଧୁ ହିଁ ତାଙ୍କୁ ଗାଳିଗୁଲଜ କରିବାକୁ ମନା କରିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ସୁର କହିଛନ୍ତି। ଦେଖନ୍ତୁ ଭିଡ଼ିଓ:-