ରତ୍ନଭଣ୍ଡାର ରୁ ଗାୟବ ଅଛି ୧୦ଟି ମୂଲ୍ୟବାନ ମୁକୁଟ, ତେବେ ସବୁ ମୁକୁଟ ଗଲା କୁଆଡ଼େ, କିଏ ଦେବ ଉତ୍ତର ?
ତୃତୀୟ ରତ୍ନଭଣ୍ଡାରରେ ୩୪ଟି ମୁକୁଟ ରହିଛି । ସେତେବେଳେ ସେ ଲିଖିତ ଭାବେ ତଥ୍ୟ ଦେଇଥିଲେ। ଯାହାର ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଥିଲା। ସେହି ତଥ୍ୟକୁ ନେଇ ଗବେଷଣା କରାଯାଇଥିଲା। ଆଉ ଗବେଷଣା ବେଳେ ଜଣାପଡ଼ିଲା, ଗଜପତି ମହାରାଜା ବଂଗଦେଶରୁ କାବେରୀ ଦେଶ ପର୍ଯ୍ୟନ୍ତ ମୋଟ ୪୬ଟି ସାମ୍ରଜ୍ୟରେ ବିଜୟବାନା ଉଡାଇଥିଲା।
ତା’ହାହେଲେ ୪୬ଟି ମୁକୁଟ ରହିବା କଥା। କିନ୍ତୁ ରତ୍ନଭଣ୍ଡାରରେ ୩୪ଟି ମୁକୁଟର ରହିଥିବା ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ। ବାକି ୧୨ ମୁକୁଟ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିଲା ବୋଲି ସେ କହିଥିଲେ।
ସେତେବେଳେ ସେହି ମୁକୁଟର ମୂଲ୍ୟାୟନ କରିବାକୁ ଚେଷ୍ଟା କରାଯାଇଥିଲା। ଜହୁରୀମାନଙ୍କୁ ଡାକା ଯାଇଥିଲା। ରତ୍ନ ଭଣ୍ଡାର ଉପରକୁ ଯେତିକି ଅଛି, ତଳକୁ ସେତିକି ରହିଛି। ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଶିକାରେ ବସାଇ ତଳ ରତ୍ନଭଣ୍ଡାରକୁ ପଠା ଯାଇଥିଲା।
କିଛି ସମୟ ପରେ ଶିକା ହାଲୁକା ଲାଗିଥିଲା। ତା’ପରେ ଏହାକୁ ଉପରକୁ ଆଣିଲା ବେଳେ ଶିକାରେ ଥିବା ମଶାଲ ଲିଭି ଯାଇଥିଲା ଓ ୨ରୁ ୩ଟି ପାରା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ହେଲେ ଶିକାରେ ତଳକୁ ଯାଇଥିବା ବ୍ୟକ୍ତି ଜଣଙ୍କ ନଥିଲେ। ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ।
ତେଣୁ ଆଉ ରତ୍ନଭଣ୍ଡାର ଭିତରକୁ କେହି ଗଲେନାହିଁ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଥିବା ନେଇ ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି। କାରଣ ମୋଗଲମାନେ ୪ ଦ୍ୱାର ବନ୍ଦ କରି ୪ ମାସରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିଥିଲେ। ସେତେବେଳେ ସେମାନେ ମଧ୍ୟ ରତ୍ନଭଣ୍ଡାର ସୁରାକ ପାଇନଥିଲେ।
ସେମାନେ କେବଳ ଚଳନ୍ତି ରତ୍ନଭଣ୍ଡାର ଲୁଟିବାରେ ସମର୍ଥ ହୋଇଥିଲେ। ସେତେବେଳେ ସେମାନେ ଭିତର, ତଳ ଓ ଉପର ରତ୍ନଭଣ୍ଡାର ସମ୍ପର୍କରେ ସାମାନ୍ୟତମ ସୁରାକ ପାଇନଥିଲେ। ମୋଗଲମାନେ ଯାହା ଯାହା ଲୁଟୁଥିଲେ, ତାକୁ ସବୁ ନେଇ ଦିଲ୍ଲୀ ଦରବାରରେ ଭେଟି ଦେଇଥିଲେ। ଯାହାର ଲିଖିତ ତଥ୍ୟ ଇତିହାସରେ ରହିଛି ।