ଡ଼ିବିଟି ଠିକ ନଥିଲେ ଆସିବନି ସୁଭଦ୍ରା ଟଙ୍କା! ଜାଣିନିଅନ୍ତୁ କେମିତି କରିବେ ଆପଣଙ୍କ ଆକାଉଣ୍ଟରେ ଡ଼ିବିଟି

 
Subhadra

ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି ପିିଏମ । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ଓଡିଶାର ପ୍ରାୟ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । 

ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ । ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ । ତେବେ ଆଜି ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । 

Subhadra

ତେବେ ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ କିଛି ମହିଳାଙ୍କ ଖାତାକୁ ୫ହଜାର ଟଙ୍କା ସରକାର ପଠାଇଛନ୍ତି। କିନ୍ତୁ କିଛି ମହିଳାଙ୍କ ଖାତାକୁ ଟଙ୍କା ଯାଇ ନଥିବା ବେଳେ ସେମାନେ ଦ୍ଵନ୍ଦରେ ପଡି ଯାଇଛନ୍ତି। କିଏ Ekyc ପାଇଁ ଟଙ୍କା ଆସି ନାହିଁ ବୋଲି କହୁଥିବା ବେଳେ ଆଉ କିଏ ଡିବିଟ କରିବା ପାଇଁ ବ୍ୟାଙ୍କଙ୍କୁ ଯାଉଥିବା ଜଣାପଡିଛି। ପ୍ରକୃତରେ ମହିଳାମାନେ କଣ କଲେ ସେମାନଙ୍କ ଖାତାକୁ ଟଙ୍କା ଆସିବ ଜାଣି ପାରୁ ନାହାଁନ୍ତି। 

ସରକାର ଡିବିଟି ମାଧ୍ୟମରେ ଟଙ୍କା ପଠାଉ ଥିବା ବେଳେ ହିତାଧିକାରୀମାନେ ବ୍ୟାଙ୍କକୁ ଯାଇ ଡିବିଟି କରିବା ପରେ ଆକାଉଣ୍ଟକୁ ଟଙ୍କା ଆସିବ। ନହେଲେ ଟଙ୍କା ଆସିବ ନାହିଁ ବୋଲି କୁହାଯାଉଛି। ଯଦି ଟଙ୍କା ଆସିନାହିଁ ତାହେଲେ ଯେଉଁଠି ଆକାଉଣ୍ଟ ଖୋଲିଛନ୍ତି ସେଠାକୁ ଯାଇ ଆଧାର କାର୍ଡ, ଫୋଟ ଦେଇ EKYC କରିବା ପରେ ଡିବିଟି କରିବା ଆବଶ୍ୟକ। ଏହା ସଂଗେ ସଂଗେ ହୋଇପାରିବ କିନ୍ତୁ ଯଦି ଅନେକ ହିତାଧିକାରୀ ରହୁଥିବାରୁ ଟିକେ ବିଳମ୍ବ ହେବ ନହେଲେ ଲିଙ୍କ ହୋଇ ପାରିବ।