ଦେଖନ୍ତୁ ଭିଡ଼ିଓ: ଅଧ୍ୟାପକ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାକୁ ନେଇ ତାତିଲେ ଛାତ୍ରୀ, କହିଲେ ସାର୍ ଆମ ଦେହରେ ହାତ ମାରି କରୁଛନ୍ତି ଏମିତି କାମ

 
Sir chatri

ଅଧ୍ୟାପକଙ୍କ ଅଶ୍ଲୀଳ ଇଙ୍ଗିତକୁ କେନ୍ଦ୍ର କରି ବିଜୁ ପଟ୍ଟନାୟକ କଲେଜରେ ଉତ୍ତେଜନା। ଗଣମାଧ୍ୟମ ଆଗରେ ଏଭଳି କିଛି ଅଭିଯୋଗକୁ ଆଧାର କରି କଲେଜର କିଛି ଛାତ୍ରୀ ବେସ୍ କିଛି ସମୟ ପର୍ଯ୍ୟନ୍ତ ପାଟିତୁଣ୍ଡ ଜାରି ରଖିଥିଲେ। ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Strike

ଅଭିଯୋଗ ମୁତାବକ କଲେଜରେ ଷ୍ଟାଟିଷ୍ଟିକ୍‌ସ ପଢ଼ାଉଥିବା ଶୁଭେନ୍ଦୁ ସାର୍ ଜଣେ ଛାତ୍ରୀଙ୍କ ଆଇକାର୍ଡ ଫୋଟୋ ଦେଖି ତାଙ୍କୁ "ଆଗରୁ ସୁନ୍ଦର ଦେଖା ଯାଉଥିଲ, ଏବେ କଣ ପାଇଁ ଝଡ଼ିଯାଇଛ। ଟିକେ ପ୍ରୋଟିନ, ଅଣ୍ଡା ଓ କଦଳୀ ଖା" ବୋଲି କହିଥିଲେ। ବାସ୍ ଏତିକି କଥାରେ ସାର ଆମକୁ ଅଶ୍ଲୀଳ ଇଙ୍ଗିତ କରିଥିବା କଥା ନେଇ ଛାତ୍ରୀମାନେ କଲେଜରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ।

Biju patnaik college

କେବଳ ଏତିକି ନୁହେଁ କଲେଜ କର୍ତ୍ତୃପକ୍ଷ ଟଙ୍କା ନେଉଛନ୍ତି ଛାତ୍ରଛାତ୍ରୀମାନେ ଜିଏସଟି ଦେଉଥିଲେ ହେଁ କଲେଜରେ କୌଣସି ସୁବିଧା ସୁଯୋଗ ନଥିବା ଅଭିଯୋଗ ହୋଇଛି। ଏହି କଥାକୁ ନେଇ କିଛି ଛାତ୍ରଛାତ୍ରୀ କଲେଜ ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉକ୍ତ ଶିକ୍ଷକ ଜଣକ ଛାତ୍ରୀଙ୍କୁ ମାଗଣାରେ ପାସ୍‌ ହୋଇଛ ତୁମର କୌଣସି ଔକାତ୍‌ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ଭିଡ଼ିଓ-