ପୁରା ପରିବାରକୁ ଖାଇଗଲା ଜୁଆ, ଶେଷରେ କିଛି ଉପାୟ ନ ମିଳିବାରୁ ସ୍ତ୍ରୀ ଝିଅକୁ ମାରି ନିଜେ ମରିଗଲେ, ଜାଣନ୍ତୁ ପୁରା ଘଟଣା

 
Stree jhia

କାର ଭିତରୁ ମିଳିଲା ତିନି ମୃତ ଦେହ ! ସମସ୍ତଙ୍କ ଦେହରେ ବାଜିଛି ଗୁଳି । ତେବେ ଏହା ହତ୍ୟା ନା ଏହା ପଛରେ ଲୁଚି ରହିଛି ଅନ୍ୟ କାରଣ , ଏହା ଏବେ ବି ଅସ୍ପଷ୍ଟ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now
ସୂଚନା ଅନୁସାରେ ଝାରସୁଗୁଡ଼ା ଲଖନପୂର ଥାନା ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବାଣ୍ଡିପାହାଡ ମିନି ଷ୍ଟାଡିୟମ୍ ଭିତରୁ ଏକ କାର ଭିତରୁ ପୋଲିସ୍ ତିନି ମୃତ ଦେହ ଉଦ୍ଧାର କରିଛି ।
Couple

ତେବେ ଏହି ତିନୋଟି ମୃତ ଶରୀର ଗୋଟିଏ ପରିବାରର ଅର୍ଥାତ୍ ବାପା , ମା ଓ ଝିଅର ଅଟେ। ମୃତକ ହେଲେ କଳିନଗରର ସୁଜିତ୍ ରାୟ , ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ ତିନି ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ସନ୍ଧାନ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣା ନ ପଡ଼ିଥିଲେ ମଧ୍ୟ ପୋଲିସର ସନ୍ଦେହ ଅନୁସାରେ ସୁଜିତ୍ ପ୍ରଥମେ ନିଜ ସ୍ତ୍ରୀ ଓ ପିଲାକୁ ଗୁଳି ମାରିବା ପରେ ନିଜକୁ ନିଜେ ଗୁଳି ମାରିଛନ୍ତି।

ପୋଲିସର କହିବା କଥା, ଏଭଳି ବୀଭତ୍ସ କାଣ୍ଡ ଅନଲାଇନ୍ ଜୁଆ ଏବଂ ମାତ୍ରାଧିକ ୠଣବୋଝର ପରିଣାମ। ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟର ତଥ୍ୟ କହୁଛି, ସ୍ଥାନୀୟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ସୁଜିତ ଗତ ୩ ମାସ ହେଲା ଅନଲାଇନରେ ଜୁଆ ଖେଳି ଆସୁଥିଲେ।

Jua

ଏଥିପାଇଁ ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ ବି କରିଥିଲେ। ବିଭିନ୍ନ ବେଟିଂ ଆପର ପ୍ରଲୋଭନରେ ପଡ଼ି ସାରି ଦେଇଥିଲେ କଷ୍ଟ ଉପାର୍ଜିତ ଟଙ୍କା। ନିର୍ଦ୍ଦିଷ୍ଟ ଏକ ଆପରେ ଗୋଟିଏ ମାସରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଟଙ୍କା ସେ ହରାଇଥିବା ସୂଚନା ମିଳିଛି। ଯାହାକୁ ନେଇ ମାନସିକ ଚାପରେ ଥିବା ସୁଜିତ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।