ମାମୁଁ ଭାଣେଜୀ ସମ୍ପର୍କରେ କଳଙ୍କ, ହୋଲି ଖେଳି ସାରି ଉଭୟେ ହାରିଲେ ଜୀବନ, ଜାଣନ୍ତୁ ପୁରା ଘଟଣା

 
Mamu bhinei

ବୃଦ୍ଧି ହେବାରେ ଲାଗିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା । ପ୍ରେମକୁ ନପାଇ କିଏ ବେକରେ ରଶି ଲଗାଇ ଝୁଲି ପଡୁଛି ତ ଆଉ କିଏ ବିଷପାନ କରି ଆତ୍ମହତ୍ୟା କରୁଛି । ଫଳରେ ଅବେଳାରେ ଝଡିପଡୁଛି ଅନେକଙ୍କ ଜୀବନ । ବିଶେଷକରି ପ୍ରେମରେ ବିଫଳ ହେବା ପରେ ଯୁବପିଢିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଛି । ତେବେ ସେହିଭଳି ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି ।

ମାମୁଁ ଭାଣେଜୀ ସମ୍ପର୍କରେ କଳଙ୍କ, ହୋଲି ଖେଳି ହାରିଲେ ଜୀବନ। ପରକୀୟା ପ୍ରୀତି ପାଇଁ ଏକା ସାଙ୍ଗେ ଜୀବନ ହାରିଲେ ମାମୁଁ ଭାଣେଜୀ, ରାଜଧାନୀରେ ଚାଞ୍ଚଲ୍ୟ।  ହୋଲିରେ ରାଜଧାନୀ ଭୁବନେଶ୍ୱରରେ ଦୁଃଖ। ଚନ୍ଦ୍ରଶେଖର ପୂର୍ ଅଞ୍ଚଳରୁ ଗୋଟେ ଘରୁ ୨ ମୃତ ଦେହ ଉଦ୍ଧାର । ଚନ୍ଦ୍ରଶେଖର ପୁର ପୋଲିସ ଘଟଣା ସ୍ଥଳରେ ଯାଞ୍ଚ କରୁଛି। 

ସୂଚନା ଅନୁଯାୟୀ ପୁଅ ଜିତେନ୍ କୁମାର ଦୀର୍ଘବର୍ଷ ଧରି ମହାବୀର ଟ୍ରାଭେଲ୍ସ୍ ରେ ଡ୍ରାଇଭର ଭାବେ କାମ କରୁଥିଲା । ମହିଳା ଜଣଙ୍କ ଭୁବନେଶ୍ୱର ରେ ନର୍ସ ଥିଲେ । କିଛି ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର୍ ହାଉସିଂବୋଡ ରେ ଭଡ଼ା ଘରେ ରହୁଥିଲେ ଏହି ପ୍ରେମୀ ଯୁଗଳ। ପୂର୍ବରୁ ଜିତେନ୍ ଵିଵାହ କରିଥିଲେ ଆଉ ତାଙ୍କର ତିନୋଟି ଛୁଆ ଥିବା ଜଣାପଡିଛି। ଏନେଇ ଉଭୟଙ୍କ ଭିତରେ ଅନେକ ସମୟ ଝଗଡ଼ା ଲାଗୁଥିବା ନେଇ ଘର ମାଲିକ ମଧ୍ୟ କହିଥିଲେ। 

ପ୍ରଥମ ସ୍ତ୍ରୀ କୁ ନେଇ ଜିତେନ ଏବଂ କାଞ୍ଚନ ମଧ୍ୟରେ ଅନେକ ସମୟ ଧରି ଝଗଡ଼ା ହେଉଥିଲା। ଏମିତି କି ମାମଲା ଯାଇ ଥାନାରେ ପହଞ୍ଚିଥିଲା।  ଏବଂ ଉଭୟ ସମ୍ପର୍କରେ ମାମୁ ଭାଣେଜି ଅଟନ୍ତି ବୋଲି ଜଣାପଡିଥିଲା। ତେବେ ଗତକାଲି ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିବା ସ୍ଥାନୀୟ ଲୋକଙ୍କ ମତ ରହିଥିବା ବେଳେ ଆଜି ସକାଳେ ଉଭୟ ଜୀବନ ହରି ଦେଇଛନ୍ତି।  ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି ପୋଲିସ।