ଏମିତି ପ୍ରେମିକା ଠାରୁ ଦୁରେଇ ରୁହନ୍ତୁ, ବୟଫ୍ରେଣ୍ଡକୁ କିଡନାପ୍ କରି ୧୦ ଲକ୍ଷ ମାଗିଲା, ଜାଣନ୍ତୁ ପୁରା ଘଟଣା

 
Girlfriend

ରାଜଧାନୀ ଭୁବନେଶ୍ଵରରୁ ପ୍ରେମିକକୁ ଅପହରଣ କରିନେଲା ପ୍ରେମିକା। ନିଜ ଭଉଣୀର ପ୍ରେମିକ ଓ କିଛି ଗୁଣ୍ଡାଙ୍କୁ ଲଗାଇ ପ୍ରେମିକକୁ ଅପହରଣ କରିନେବା ପରେ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କଲା। ଏପରି କି ବନ୍ଦ ଘରେ ରଖି ପ୍ରେମିକକୁ ନିର୍ଯାତନା ଦେଲା। ଏଭଳି ଏକ ଘଟଣା ଉପରୁ ପରଦା ଉଠାଇଛି କମିଶନରେଟ ପୁଲିସ।

ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନି ପ୍ରେମିକାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ସୋମନାଥଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ ରଖୁଥିଲେ । ଯାହା ବିଷୟରେ ଖବର ପାଇଥିଲେ ସୋମନାଥ । ପ୍ରେମିକାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟର ବଚସା ମଧ୍ୟ ହୋଇଥିଲା । ଏ ସଂପର୍କରେ ପ୍ରେମିକା ନିଜ ଭଉଣୀକୁ କହିଥିଲେ ।

Girlfriend

ଏହାପରେ ଭଉଣୀର ପ୍ରେମିକଙ୍କ ସହିତ ମିଶି ନିଜ ବୟଫ୍ରେଣ୍ଡକୁ ଅପହରଣ କରିଥିଲେ । ଅପହରଣକାରୀ ଆକାଶ ପରିଡ଼ା ସୋମନାଥଙ୍କୁ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରଖିଥିଲେ । ସେପଟେ ସୋମନାଥଙ୍କୁ ଅପହରଣ କରି ତାଙ୍କ ଘର ଲୋକଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ କରାଯାଇଥିଲା । 

ପୋଲିସ ଅଭିଯୋଗର ତଦନ୍ତ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପରେ ଭରତପୁର ଅଞ୍ଚଳରୁ ଆକାଶ ପରିଡ଼ାଙ୍କ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହାସହିତ ଅପୃହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ତେବେ ପ୍ରେମିକାଙ୍କ ଘର ଝାଡ଼ଖଣ୍ଡର ବୋଲି ଜଣାପଡିଛି ।

​​​​​​