ନୂଆ ଟୀକାକରଣ ବ୍ୟବସ୍ଥା ଅନୁସାରେ 18 ରୁ 45 ବର୍ଷ ବୟସ ଲୋକଙ୍କୁ ଦିଆଯିବ ନାହିଁ କେନ୍ଦ୍ର ସରକାରଙ୍କ ଟିକା, ସରକାର ଦେଲେ ସ୍ପଷ୍ଟୀକରଣ

 
ନୂଆ ଟୀକାକରଣ ବ୍ୟବସ୍ଥା ଅନୁସାରେ 18 ରୁ 45 ବର୍ଷ ବୟସ ଲୋକଙ୍କୁ ଦିଆଯିବ ନାହିଁ କେନ୍ଦ୍ର ସରକାରଙ୍କ ଟିକା, ସରକାର ଦେଲେ ସ୍ପଷ୍ଟୀକରଣ

କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟ ତଥା ଦେଶରେ ବଢୁଥିବା ବେଳେ। କେନ୍ଦ୍ର ଏବଂ ରାଜ୍ୟ ସରକାର କୋଭିଡ ଟୀକାକରଣ ମାଧ୍ୟମରେ ଏହି ସଂକ୍ରମଣ କୁ ରୋକିବାକୁ ଉଦ୍ୟମ କରୁଛନ୍ତି। ତେବେ କିଛି ଦିନ ତଳେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣା ଟିକା ଦିଆଯିବା ନେଇ ଘୋଷଣା କରିବା ପରେ ଏବେ ଏହି ଟୀକା ଦିଆଯିବା କୁ ନେଇ ଅଧିକ ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟ ସରକାର।

ତେବେ ଆଗାମୀ ମେ' ୧ ତାରିଖରୁ ଟୀକାକରଣ ଆରମ୍ଭ ହେଉଥିବା ବେଳେ ଏଥିରେ ୪୪ ବର୍ଷରୁ ଅଧିକ ଥିବା ସମ୍ମୁଖ କୋଭିଡ ଯୋଦ୍ଧା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ସେହିପରି ୧୮ ରୁ ୪୪ ବର୍ଷ ଭିତରେ ଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଟିକା ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ ଓ ଶିଳ୍ପଗୁଡିକ ଦ୍ୱାରା ପ୍ରତିଷ୍ଠିତ ଟିକାକରଣ କେନ୍ଦ୍ରରେ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଟିକା ଯାହା ସମ୍ମୁଖ ଯୋଦ୍ଧା ଏବଂ ୪୫ ବର୍ଷ ରୁ ଅଧିକ ଲୋକଙ୍କ ପାଇଁ ଉପଲବ୍ଧ ତାହା କୌଣସି ପରିସ୍ଥିତିରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦିଆ ଯିବନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର।