ଇଏ କି ନ୍ୟାୟ! ଶୁଲତାଙ୍କୁ ପଦବୀରୁ ବହିଷ୍କୃତ କିନ୍ତୁ ଶ୍ରିମୟୀଙ୍କୁ ମାଫ୍, କାହା ଛତ୍ରଛାୟା ତଳେ ଶ୍ରୀମୟୀ ମିଶ୍ର? ଜାଣନ୍ତୁ ପୁରା ଖବର

 
Bjd netri

ଶ୍ରୀମୟୀଙ୍କୁ କାହିଁକି କରି ଦିଆଗଲା କ୍ଷମା। ସୁଲତା ଦେଓଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ରାଜ୍ୟସଭା ସଚେତକ ପଦବୀରୁ ମଧ୍ୟ ବହିଷ୍କାର କରାଯାଇଛି। ଏପଟେ କିନ୍ତୁ ଶ୍ରୀମୟୀଙ୍କି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ଦଳ।ରାଜ୍ୟ ରାଜନୀତିର ପଛ ପରଦାରେ କିନ୍ତୁ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବେଶ୍ ଚର୍ଚ୍ଚା କରୁଛନ୍ତି ଲୋକେ।

Naveen Patnaik

ଶ୍ରିମୟୀଙ୍କୁ ଏମିତି ଖାଲି ଖାଲି ଛାଡ଼ି ଦେବା ଟା ହୁଏ ତ ସହଜରେ ହଜମ ହେଉନି। ଏ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। କେହି କେହି ଏହାକୁ ଦଳର ପାତର ଅନ୍ତର ନୀତି କହୁଥିବା ବେଳେ ଆଉ କେହି କହୁଛନ୍ତି ଶ୍ରୀମତୀ କୁଆଡେ ଏକ ଟାଣୁଆ ନେତାଙ୍କ ଛତ୍ରଛାୟା ତଳେ ରହିଛନ୍ତି। ଯେଉଁଥି ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ କଥା ନୁହେଁ।

Sulata srimayi

ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ କିଛି ପାୱାରଫୁଲ୍ ବିଧାୟକଙ୍କ ସହ ଶ୍ରୀମୟୀ ଙ୍କର ରହିଛି ଭଲ ସମ୍ପର୍କ। ଆଗାମୀ ନିର୍ବାଚନରେ ବିଧାୟକ ପଦ ହେଉ କି ସାଂସଦ ପଦ ହାତେଇବା ପାଇଁ ଶ୍ରୀମୟି ଆରମ୍ଭ କରିଛନ୍ତି ପ୍ରୟାସ। ଏ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଉଛନ୍ତି ଶ୍ରୀମୟୀ। ଏହା କୁଆଡେ ଉପରୁ ଆସୁଥିବା ନିର୍ଦ୍ଦେଶ ବୋଲି କୁହା ଯାଉଛି।