ପୂର୍ବତନ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜମିକୁ ହଡ଼ପ କରିବାକୁ ଷଡଯନ୍ତ୍ର, ସାମ୍ନାକୁ ଆସିଲା ପୁରା ଘଟଣା

 
Sriram panda
ଶ୍ରୀରାମ ପଣ୍ଡାଙ୍କ ଜମିକୁ ନେଇ ଦେଖା ଦେଇଛି ବିବାଦ । କିଛି ଲୋକ ଏହି ଜମିର ଜାଲ୍ କାଗଜ ପତ୍ର ତିଆରି କରି ହଡ଼ପ କରିବାକୁ ବସିଛନ୍ତି ଜମିକୁ । ଘଟଣା ହାଇକୋର୍ଟ ରେ ପହଞ୍ଚିବା ପରେ ହାଇକୋର୍ଟ ମାମଲା ରୁଜୁ କରି ପୋଲିସ୍ କୁ ନିର୍ଦ୍ଦେଶ ଦେଇଛି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ । ଜାଣନ୍ତୁ ସଂପୂର୍ଣ୍ଣ ଘଟଣା ।

R

ଶ୍ରୀରାମ ପଣ୍ଡା । ଓଡ଼ିଆ ସିନେମା ଜଗତର ଏକ ନାମୀ ଦାମୀ କଳାକାର । ଦିନ ଥିଲା ଓଡ଼ିଆ ସିନେ ଜଗତ କହିଲେ ବୁଝାଉଥିଲେ ଶ୍ରୀରାମ ପଣ୍ଡାଙ୍କୁ । ରୂପ , ଅଭିନୟ ଓ ଗୁଣ କେଉଁଥିରେ ବି କମ୍ ନ ଥିଲେ ସେ । ଲକ୍ଷ ଲକ୍ଷ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନିଜର । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଶ୍ରୀରାମ ଦିନେ ଏହି ସବୁକୁ ତ୍ୟାଗ କରି ସନ୍ନ୍ୟାସ ଜୀବନକୁ ଆପଣେଇଥିଲେ । ସେ ସମସ୍ତ ସାଂସାରିକ ମୋହମାୟାକୁ ତ୍ୟାଗ କରି ସବୁ ଦିନ ପାଇଁ ଭଗବାନଙ୍କ ଆଶ୍ରୟକୁ ଚାଲି ଯାଇଥିଲେ । ସେ ଯିବା ପୂର୍ବରୁ ନିଜର ସମସ୍ତ ଜମିର କାଗଜ ପତ୍ର ପାୱାର ଅଫ୍ ଆଟର୍ଣି ନିଜ ସ୍ତ୍ରୀ ତ୍ରିପୁରା ମିଶ୍ରଙ୍କୁ ଦେଇ ଯାଇଥିଲେ । ତ୍ରିପୁରା ଏହି ଜମିଟିକୁ ଭୁବନେଶ୍ୱରର ବାସିନ୍ଦା ଅରୁଣ ସ୍ୱାଇଁଙ୍କୁ ବିକ୍ରି କରି ଦେଇଥିଲେ । 

କିଛି ଦିନ ପରେ ଜଗତସିଂହପୁରରୁ ଜଣେ ମହିଳା ଓ ଭୁବନେଶ୍ଵରରୁ ଜଣେ ବ୍ୟକ୍ତି ଏହି ଜମିର ଜାଲ କାଗଜ ପତ୍ର ତିଆରି କରି ଜମିଟି ତାଙ୍କର ବୋଲି ଦାବି କରିଥିଲେ । ଯାହା ପରେ ଅରୁଣ ଏ ନେଇ ପୋଲିସ ର ଦ୍ବାରସ୍ଥ ହୋଇଥିଲେ । ତାଙ୍କର କାଗଜ ପତ୍ର ଠିକ୍ ଥିବା ହେତୁ ସେ ସେହି ଜାଗାରେ ଏକ ଗେଟ୍ ଲଗାଇଥିଲେ । 

Sriram panda

ବର୍ତ୍ତମାନ କିନ୍ତୁ ଜଗତସିଂହପୁରର ସେହି ମହିଳା ଓ ଭୁବନେଶ୍ୱରର ବ୍ୟକ୍ତି ଜଣକ ସେହି ଗେଟ୍ କୁ ଭାଙ୍ଗି ଦେଇ ସେଠାରେ ଘର ତିଆରି ନିମନ୍ତେ ବାଲି , ଗୋଡ଼ି , ରଡ୍ ଆଦି ଗଦା କରିଛନ୍ତି । ଏପରି ପରିସ୍ଥିତି ଦେଖି ଅରୁଣ କୋର୍ଟର ଦ୍ବାରସ୍ଥ ହେବା ପରେ କୋର୍ଟ ମାମଲା ରୁଜୁ କରି ଚାଉଳିଆଗଞ୍ଜ ଥାନାକୁ ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।