ସ୍ୱାମୀ ଏବଂ ଶ୍ୱଶୁରଘର ସଂପତ୍ତି ଉପରେ ସ୍ତ୍ରୀର କେତେ ଅଧିକାର? ପ୍ରତ୍ୟେକ ମହିଳା ଏହା ଜାଣିବା ନିହାତି ଜରୁରୀ

 
Stree sampati

ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ,2005,ଅନୁସାରେ ,ଗୋଟିଏ ଝିଅ ତା ଜନ୍ମରୁ ହିଁ ତାର ପୈତୃକ ସମ୍ପତ୍ତିର ଅଧିକାର ପାଇଥାଏ ଏବଂ ବିବାହ ପରେ ମଧ୍ୟ ପୁଅ ଭଳି ଝିଅର ସମାନ ଅଧିକାର ରହିଥାଏ ନିଜ ପିତାଙ୍କ ସମ୍ପତ୍ତି ଉପରେ। ମାତ୍ର ସାଧାରଣ ଭାବେ ଭାରତର ବିବାହିତ ମହିଳା ମାନେ ନିଜର ଏହି ଅଧିକାରକୁ ସାବ୍ୟସ୍ତ କରିନଥାନ୍ତି।ଭାରତୀୟ  ପରମ୍ପରା ସଂସ୍କୃତି ଅନୁସାରେ ସେମାନେ ନିଜ ସ୍ବାମୀର ଘରକୁ ସବୁଦିନ ପାଇଁ ନିଜର ଭାବି ନିଅନ୍ତି। ହେଲେ ସାଧାରଣ ଭାବେ ଆମେ ଜାଣୁନା ଗୋଟିଏ ମହିଳାର କେତେ ଅଧିକାର ରହିଛି ନିଜ ସ୍ବାମୀ ବା ନିଜ ଶ୍ଵଶୁର ଘର ସମ୍ପତ୍ତିରେ। ଆସନ୍ତୁ ସେ ବିଷୟ ବିସ୍ତାର ଭାବେ ଜାଣିବା।

Stree

ବେଳେ ବେଳେ ଆମେ ଭାବି ନେଇଥାଉ ଯେ ଗୋଟିଏ ସ୍ତ୍ରୀର ତାର ସ୍ୱାମୀର ସମ୍ପତ୍ତିରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଅନ୍ୟ କେତେକ ଭାବନ୍ତି ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର କୌଣସି ଅଧିକାର ନାହିଁ କାରଣ ସେ ତାର ବାପାଙ୍କ ଘରୁ ଏହି ସମ୍ପତ୍ତି ଆଣି ନଥିଲା। ଏହି କଥା ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଠିକ୍ ନୁହେଁ।

ନିୟମ ଅନୁସାରେ ,ସ୍ୱାମୀର ସମ୍ପତ୍ତିରେ ସ୍ତ୍ରୀର ଯେତିକି ଅଧିକାର ଅଛି, ପରିବାରର ଅନ୍ୟ ସଦସ୍ୟ ମାନଙ୍କର ମଧ୍ୟ ସେତିକି ଅଧିକାର ଅଛି।।ସ୍ଵାମୀଙ୍କ ପାଖରେ ସାଧାରଣତଃ ୨ପ୍ରକରର ସମ୍ପତ୍ତି ଥାଏ । ୧- ନିଜ ଦ୍ଵାରା ଉପାର୍ଜନ କରାଯାଇଥିବା ସମ୍ପତ୍ତି , ୨- ନିଜ ପିତାଙ୍କ ଦ୍ବାରା ପ୍ରାପ୍ତ ସମ୍ପତ୍ତି।ସମ୍ପତ୍ତିର ବଣ୍ଟନ ମଧ୍ଯ ଏହି ଦୁଇଟି ଜିନିଷକୁ ଆଖି ଆଗରେ ରଖି କରାଯାଇଥାଏ।

ଯଦି ସମ୍ପତ୍ତି ସ୍ବାମୀଙ୍କ ପୈତୃକ ତେବେ ଏଥିରେ ସ୍ତ୍ରୀ,ପିଲା ଓ ଅନ୍ୟ ସଦସ୍ୟଙ୍କର ସମାନ ଅଧିକାର ରହିଥାଏ।ମାତ୍ର ନିଜ ଦ୍ଵାରା ଉପାର୍ଜିତ ସମ୍ପତ୍ତିକୁ ସ୍ବାମୀ ନିଜ ଇଚ୍ଛା ଅନୁସାରେ କାହା ନାମରେ ବି କରିପାରନ୍ତି।ଯେପରିକି ଯଦି ସ୍ବାମୀ ମୃତ୍ୟୁ ପୂର୍ବରୁ କିଛି ନାମାଙ୍କନ ପତ୍ର କୌଣସି ବ୍ୟକ୍ତି ନାମରେ କରାଇଥାନ୍ତି ତେବେ ସ୍ଵାମୀଙ୍କ ମୃତ୍ୟୁ ପରେ କେବଳ ସେହି ନାମାଙ୍କିତ ବ୍ୟକ୍ତି ଜଣକ ହିଁ ସେହି ସମ୍ପତ୍ତିର ଅଧିକାରୀ।ମାତ୍ର ଯଦି ବ୍ୟକ୍ତି ଜଣଙ୍କର ଅଚାନକ ମୃତ୍ୟୁ ଘଟେ ତେବେ ତାଙ୍କ ସମ୍ପତ୍ତି ପତ୍ନୀ, ମାଆ ଓ ପିଲାମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଏ ।

nbj

ଛାଡ଼ପତ୍ର କ୍ଷେତ୍ରରେ ସ୍ତ୍ରୀର ସ୍ବାମୀ ସମ୍ପତ୍ତି ଉପରେ କେତେ ରହିଛି ଅଧିକାର। ଆସନ୍ତୁ ଜାଣିବା ଛାଡ଼ପତ୍ର ମାମଲାରେ ମଧ୍ୟ କିଛି ଭିନ୍ନ ପରିସ୍ଥିତି ରହିଛି; ଯେପରି

  • ସ୍ଵାମୀଙ୍କ ଅର୍ଥିକାବସ୍ଥା ଅନୁସାରେ ସେ ମାସିକ ଭରଣପୋଷଣ କରିଥାନ୍ତି,ଯାହା ନ୍ୟାୟାଳୟ ଦ୍ଵାରା ଧାର୍ଯ୍ୟ କରାଯାଇଥାଏ।
  • ଏହା ଛଡ଼ା ଗୋଟିଏ ଥର ରେ ସମାଧାନର ବିକଳ୍ପ ମଧ୍ୟ ରହିଛି l
  • ଛାଡ଼ପତ୍ର ପରେ ସ୍ତ୍ରୀର ସ୍ୱାମୀର ସମ୍ପତ୍ତିରେ କୌଣସି ଅଧିକାର ରୁହେ ନାହିଁ।
  •  ଏବଂ ଯଦି ପିଲାମାନେ ମାଙ୍କ ସହ ରୁହନ୍ତି ତେବେ ଭରଣ ପୋଷଣ କରିବେ ବାପା।
  • ଏହା ପରେ ଯଦି କୌଣସି ସମ୍ପତ୍ତି ସ୍ବାମୀ ଓ ସ୍ତ୍ରୀଙ୍କ  ମିଳିତ ମାଲିକାନାରେ ଥାଏ ତେବେ ତାହାକୁ ସମାନ ଭାବେ ବାଣ୍ଟି