ମାଟ୍ରିକ ପରୀକ୍ଷା ଭୟରେ ବାପା ମା'କୁ ଛାଡି ଚାଲିଯାଇଛି ପୁଅ, କୁଆଡେ ଚାଲିଗଲୁ ତୁ ଫେରିଆ କହି କାନ୍ଦୁଛି ମା', ଜାଣନ୍ତୁ ପୁରା ଘଟଣା

 
Chatra

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜଣେ ପରୀକ୍ଷାର୍ଥୀ ଜୀବନ ହାରିଥିବା ଭଳି ଦୁଃଖଦ ଖବର ମିଳିଛି। କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ ଜଣାଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ବିନାୟକ ପ୍ରଧାନ।

Chatra

ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବିନାୟକ ହଷ୍ଟେଲ ଶୌଚାଳୟ ଭିତରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ I ଆଜି ଭୋର ପ୍ରାୟ ୪ଟା ପରେ ହଷ୍ଟେଲ ବାଥରୁମ୍‌ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ସକାଳେ ପରୀକ୍ଷା ଥିବାରୁ ପିଲାମାନେ ଭୋରରୁ ହଷ୍ଟେଲ ପଛପଟେ ଥିବା ବାଥ୍‌ରୁମ୍‌କୁ ଯାଇଥିଲେ। ମାତ୍ର ସେଠାରେ ସେମାନେ ବିନାୟକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏଭଳି ଅଘଟଣ ଖବର ପାଇ ହଷ୍ଟେଲ କର୍ତ୍ତୃପକ୍ଷ ପୋଲିସ କୁ ଖବର ଦେବା ସହିତ ବିନାୟକଙ୍କୁ ତଳକୁ ଆଣିଥିଲେ।

ଏହାପରେ ତାଙ୍କୁ ହସପିଟାଲ ଆଣିଥିଲେ ମଧ୍ୟ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିନାୟକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ସେମାନେ ପୁଅର ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁନାହାନ୍ତି। ପୁଅକୁ କେହି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି। 

ଏହି ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ଲୋକ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ହସ୍ପିଟାଲରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି (ମଙ୍ଗଳବାର) ଲିପୁନ୍ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ, ପରୀକ୍ଷା ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ପରିବାର ଲୋକ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।