ଭାଣିଜିକୁ ମାମୁଁ କାକୁଡି ଦେଇ ଆସୁ ଆସୁ ଭାଣିଜିଙ୍କ ସହ ଘଟିଗଲା କିଛି ଏପରି, ଜାଣନ୍ତୁ ପୁରା ଘଟଣା

 
Mamu bhaniji
ସାମ୍ନାକୁ ଆସିଛି ପୁଣି ଆଉ ଏକ ବଡ ଘଟଣା । ଏ ହତ୍ୟା ନା ଆତ୍ମହତ୍ୟା ! କିଛି ସମୟ ପୂର୍ବରୁ ମାମୁ କ୍ଲିନିକ୍ କୁ ଆସି ଦେଇ ଯାଇଥିଲେ କାକୁଡି । ମାମୁ କାକୁଡି ଦେଇ ଯାଇ ଘରେ ପହଞ୍ଚିଲା ବେଳକୁ ଖବର ଆସି ପହଞ୍ଚିଲା ଏପରି କିଛି । ଯାହା ସମସ୍ତଙ୍କୁ କରି ଦେଇଛି ଆଶ୍ଚର୍ଯ୍ୟ । 

 Jubati

ସୂଚନା ଅନୁସାରେ ପୂଜା ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଗତ କାଲି ହସ୍ପିଟାଲ୍ ରେ ଜୀବନ ହାରି ଦେଇଛନ୍ତି ପୂଜା । ତେବେ ଏହା ଆତ୍ମହତ୍ୟା କି ହତ୍ୟା ଏ ନେଇ ଚାଲିଛି ତଦନ୍ତ । ପୂଜା ଭଲ ନାମ ସନ୍ଧ୍ୟାରାଣି ମାନସିଂହ ପୁରୀ ଜିଲ୍ଲା ଗଡିସାଗଦା ଥାନା ଅନ୍ତର୍ଗତ ସୁନାଖଳାର ବାସିନ୍ଦା ଅଟନ୍ତି । ପୁଜାଙ୍କ ବୟସ ମାତ୍ର ୧୯ ବର୍ଷ ଅଟେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପୂଜା ଏକ ଘରୋଇ କ୍ଲିନିକ୍ ରେ କାମ କରୁଥିଲେ । ଯେଉଁଦିନ ପୂଜା ଆତ୍ମହତ୍ୟା କରିଥିଲେ ତାହାର କିଛି ସମୟ ପୂର୍ବରୁ ତାଙ୍କ ମାମୁ କ୍ଲିନିକ୍ କୁ ଆସିଥିଲେ । ପୂଜା ମାମୁଁଙ୍କୁ ଭେଟି ତାଙ୍କ ଠାରୁ କାକୁଡି ମଧ୍ୟ ନେଇଥିଲେ । ହେଲେ ତା ପରେ କଣ ହେଲା କେଜାଣି ପୂଜା ଏତେ ବଡ ନିଷ୍ପତ୍ତି ନେଲେ । 

ପୋଲିସ୍ ର ତଦନ୍ତରେ ଏବେ ମୁଖ୍ୟ ସନ୍ଦେହ ପାଲଟିଛି ପୂଜା ଦେଇଥିବା ସେହି ଦିନର ହ୍ୱାଟସପ୍ ଷ୍ଟାଟସ । ପୂଜା ସେହି ଦିନ ହ୍ୱାଟସପ୍ ଷ୍ଟାଟସ ରେ ଲେଖିଥିଲେ ମୋର ଅପେକ୍ଷା ମୃତୁକୁ ହିଁ ରହିଛି । ତେବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ପରେ ଶବକୁ ବ୍ୟବଚ୍ଛେଦ କରି ପୋଲିସ୍ ଘର ଲୋକଙ୍କୁ ହସ୍ତାନ୍ତର କରିଛି ।