ଜଗାର ରତ୍ନଭଣ୍ଡାର ଭିତରେ ବଡ଼ ରହସ୍ୟ "ମୟୂର ହାର", ହାତ ମାରିଲେ ଚକ୍ର ଭଳି ବୁଲୁଛି ଲକେଟ୍, ଜାଣନ୍ତୁ ଏହାର ରହସ୍ୟ
ଅନେକ ବାଦ ବିବାଦ ପରେ ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର । ଗତ ୧୪ ତାରିଖରେ ଏହି ରତ୍ନଭଣ୍ଡାର ଖୋଲା ଯାଇଛି । ମନ୍ଦିର କମିଟି ଏବଂ ସରକାରଙ୍କ ତତ୍ତ୍ଵାବଧାନରେ ରତ୍ନ ଭଣ୍ଡାର ଖୋଲା ଯାଇଛି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ରତ୍ନ ଭଣ୍ଡାର ଖୋଲିବାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ଭରି ରହିଥିଲା । ତେବେ କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ପରେ ତା ଭିତରୁ କିଛି ଏପରି ପଦାର୍ଥ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ମୟୂର ହାର । ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଭିତରୁ ଏହି ମୟୂର ହାର ମିଳିଛି । କିନ୍ତୁ ଏହି ହାରର ରହସ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହା ଏକ ସାଧାରଣ ହାର ନୁହେଁ ବୋଲି କମିଟି ତରଫରୁ ଜଣା ପଡିଛି । ଆମେ ଯେତେ ପ୍ରକାରର ହାର ଦେଖିଛେ ଏହା ଦେଖିବାକୁ ସବୁଠାରୁ ଭିନ୍ନ ।
ଏହି ହାରରେ ଏକ ଲକେଟ ରହିଛି । ଲକେଟ୍ କୁ ଯଦି କେହି ଛୁଇଁଥାଏ ତେବେ ଏହା ମନକୁ ମନ ଘୁରିବାକୁ ଲାଗିଥାଏ । ଏହା ସହିତ କିନ୍ତୁ ସବଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଏହା ବାହାର ଭଣ୍ଡାରରେ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଗନ୍ନାଥଙ୍କ ପାଖରେ ଲାଗି ହୋଇ ନାହିଁ ।