ଟେଲିଗ୍ରାମରେ ପୁଅଙ୍କୁ ଫସାଇ ଘରକୁ ଡାକୁଥିଲେ ଯୁବତୀ, ରୁମ୍ ଭିତରେ ପୁରାଇ ବନ୍ଦ କରିଦେଥିଲେ, ଆଉ ତାପରେ...

 
Model

​​​​​​ପର୍ଦାଫାସ୍ ହେଇଛି ଏକ ବଡ଼ ଅପରାଧ। ସେକ୍ସ ଭିଡିଓ କରି ଲୁଟୁଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା। ପ୍ରତିବାଦ କଲେ ଭିଡିଓ ଭାଇରାଲ କରିବା ପାଇଁ ଦେଉଛନ୍ତି ଧମକ। ଲୋକ ଲଜ୍ୟାକୁ ଡରି ଏହି ଜାଲରେ ଛନ୍ଦି ହୋଇଥିବା ଲୋକମାନେ ବି ମୁହଁ ଖୋଲି କହିପାରୁନାହାନ୍ତି କାହାକୁ।ଅନେକ ବାଧ୍ୟ ହୋଇ ପଇସା ମଧ୍ୟ ଦେଇଛନ୍ତି। ଆଜ୍ଞା ହଁ ଏପରି ଘଟଣା ଆମ ପାଇଁ ନୂଆ ନୁହେଁ। କେବେ ଏହା ପୁରୁଷଙ୍କ ସହ ଘଟେ ତ କେବେ ମହିଳାଙ୍କ ସହ।ଫରକ୍ କେବଳ ଏତିକି ଅନେକ ଅପରାଧ ପରଦା ପଛରେ ଲୁଚିଯାଉଥିବା ବେଳେ ଖୁବ କମ ଧରା ପଡନ୍ତି ପୋଲିସଙ୍କ ହାତରେ ।

ଏଭଳି ଏକ ଘଟଣା ପୁଣି ଆସିଛି ଆଖି ସାମ୍ନାକୁ। ସୂଚନା ଅନୁଯାୟୀ ମୁମ୍ବାଇର ଜଣେ ମଡେଲ ଚଲାଉଥିଲେ ଏହି ସେକ୍ସ ରାକେଟ। ମହିଳା ଜଣଙ୍କ ନାମ ନେହା ଓରଫ୍ ମେହେର ବୋଲି ସାମ୍ନାକୁ ଆସିଛି । ସେ ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଲୋକ ମାନଙ୍କୁ ନିଜର ଶବ୍ଦ ଓ ରୂପର ଜାଲରେ ପ୍ରଲୋଭିତ କରୁଥିଲେ ଏବଂ ମେସେଜ ବା କଲ ମାଧ୍ୟମରେ ତାଙ୍କୁ ରୁମକୁ ଡକାଇ ଯୌନକ୍ରିୟା କରି ସିକ୍ରେଟରେ ବନାଉଥିଲେ ତାର ଭିଡିଓ । ପରବର୍ତ୍ତୀ ସମୟରେ ସେହି ଭିଡିଓ କୁ  ଭାଇରାଲ କରିବାର ଭୟ ଦେଖାଇ ଲୁଟୁଥିଲେ ପଇସା। ଯେଉଁ କଥା ସ୍ପଷ୍ଟ କରିଛି କର୍ଣ୍ଣାଟକ ପୋଲିସ୍।

Model

କଥା ତ ସେତେବେଳେ ସାମ୍ନାକୁ ଆସିଲା ଯେବେ ମହିଳାଙ୍କ ଜାଲରେ ପଡ଼ିଥିବା ଏକ ବ୍ୟକ୍ତି ସାହସର ସହିତ ପୋଲିସରେ ଅଭିଯୋଗ କଲେ। ବ୍ୟକ୍ତି ଜଣଙ୍କର ଅବସ୍ଥା ଥିଲା ମଧ୍ୟ ଅନ୍ୟ ମାନଙ୍କ ପରି । ସେ ମଧ୍ୟ ସେକ୍ସ ରାକେଟରେ ଛନ୍ଦି ହୋଇଯାଇଥିଲେ।ବ୍ୟକ୍ତି ତଥା ଅଭିଯୋଗକାରୀଙ୍କ କଥା ଅନୁସାରେ ନେହା ଓରଫ୍ ମେହେର ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଯୋଗାଯୋଗ କରିଥିଲେ। ତା ପରେ ନେହା ନିଜର ହ୍ୱାଟସପ୍ ନମ୍ବର ମଧ୍ୟ ସେୟାର କରିଥଲେ। ଯାହା ପରେ ବ୍ୟକ୍ତିଗତ ଭାବେ କଥା ବାର୍ତ୍ତା  ଆରମ୍ଭ ହୋଇଥିଲା ଦୁଇ ଜଣଙ୍କର। ଅଭିଯୋଗକାରିଙ୍କ କହିବା ଅନୁସାରେ ମେହେର ତାଙ୍କୁ ବିବାହିତ ବୋଲି ପରିଚୟ ଦେଇ କହିଥିଲେ ମୋର ସ୍ବାମୀ ଦୁବାଇରେ କାମ କରନ୍ତି ଏବଂ ମୁ ତୁମ ସହିତ ଯୌନ ସଂପର୍କ ରକ୍ଷା କରିବାକୁ ଆଗ୍ରହୀ। ଏହା ପରେ ମେହେର ନିଜର ଠିକଣା ଓ ଫଟୋ ମଧ୍ୟ ସେୟାର କରିଥିଲେ ଅଭିଯୋଗକାରୀଙ୍କ ସହିତ। ଅଭିଯୋଗକାରୀ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସେ ଉକ୍ତ ଠିକଣା ଅନୁସାରେ ମାର୍ଚ୍ଚ ୩ ତାରିଖ ଅପରାହ୍ନ ୩.୩୦ରେ ମେହେର ଙ୍କ ଘରକୁ ଯାଇଥିଲେ।

ସେ ମେହେରଙ୍କ ରୁମରେ ଉପସ୍ଥିତ ଥିବା ସମୟରେ ୩ ଜଣ ଅପରିଚିତ ବ୍ୟକ୍ତି ରୁମ୍ ଭିତରକୁ ପଶି ଆସି ତାଙ୍କୁ ଏଠାରେ କଣ କରୁଛୁ ବୋଲି ପ୍ରଶ୍ନ କରି ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଧମକ ଦେଇଥିଲେ ଯେ ୩ଲକ୍ଷ ଟଙ୍କା ଦେବା ପାଇଁ । ସେଠାରେ ତାଙ୍କୁ ମେହେରଙ୍କ ସହ ବିବାହ ମଧ୍ୟ କରିବାକୁ ପଡ଼ିଥିଲା। ଅଭିଯୋଗକାରୀ ଜଣଙ୍କ ବାଧ୍ୟ ହୋଇ ୨୧, ୫୦୦ଟଙ୍କା ଘଟଣା ସ୍ଥଳରେ ଟ୍ରାଞ୍ଜାକ୍ସନ୍ କରିଥିଲେ। ଏତିକିରେ ବି ଛାଡି ନଥିଲେ ତାଙ୍କୁ। ଅବଶିଷ୍ଟ ୨.୫ଲକ୍ଷ ତାଙ୍କୁ ନ ଦେବା ପର୍ଯ୍ୟନ୍ତ ପ୍ରାୟ ରାତି ୮ଟା ଯାଏଁ ଅଟକାଇ ରଖିଥିଲେ। ଏହି ସମୟରେ ଅଭିଯୋଗକାରି ଜଣଙ୍କ ନିଜର ବୁଦ୍ଧି ଲଗାଇଥିଲେ ଏବଂ କ୍ରେଡିଟ କାର୍ଡ ଘରେ ଅଛି ବୋଲି କହି ସେମାନଙ୍କୁ ଘରକୁ ନିଜ ସହିତ ଯିବା ପାଇଁ କହିଥିଲେ। ଭାଗ୍ୟ ବଶତଃ ଘରକୁ ଯିବା ବାଟରେ ସେ କୌଣସି ଉପାୟରେ ଖସି ପଳାଇଥିଲେ ପୋଲିସ ଥାନା।

hh

ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଅନେକ କଥା ଆଖି ସାମ୍ନାକୁ ଆସିଛି। ଦୁଇ କି ତିନି ଜଣ ନୁହେଁ ପ୍ରାୟ ୫୦ଲୋକ ଏହି ଗ୍ୟାଙ୍ଗର ହାବୁଡରେ ପଡିଛନ୍ତି। ସେମାନଙ୍କୁ ବ୍ଲାକମେଲ କରି ପାଖାପାଖି ୩୫ଲକ୍ଷ ଟଙ୍କା ଲୁଟି ନେଇଛି ଗ୍ୟାଙ୍ଗ। ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ପୋଲିସ୍ ୩ଜଣଙ୍କୁ ଗିରଫ କରିଛି ମାତ୍ର ମୁଖ୍ୟ ଆସାମୀ ମେହେର ଏବେ ବି ଫେରାର। ପୋଲିସ ତାଙ୍କ ଅବସ୍ଥିତି ଠାବ କରି କହିଛି ଯେ ସେ ଏବେ ମୁମ୍ବାଇରେ ଅଛନ୍ତି ବୋଲି ।