ହତ୍ୟା କରି ଦିଅରକୁ ଫିଙ୍ଗିଦେବା ପରେ ଏମିତି ଅଭିନୟ କରିଥିଲେ କେହି ଭାବିନଥିଲେ କେତେ ସାଂଘାତିକ ଏହି ମହିଳା, ଜାଣନ୍ତୁ ପୁରା ଘଟଣା

 
Bhauja
ଭାଉଜର ଅଭିନୟ ପାଖରେ ହୁଏ ତ ଫିକା ପଡ଼ିଯିବେ ଅଭିନେତ୍ରୀ ମାନେ । ଏତେ ବଡ କାଣ୍ଡ ଘଟାଇ ପୋଲିସ୍ କୁ ନିଜ ଅଭିନୟରେ ଗୁମରା ବନାଇ ଦେଇଥିଲେ ଭାଉଜ । କେବଳ ସେତିକି ନୁହେଁ ଏପରିକି ଗାଆଁ ସାହି ଲୋକେ ଏବଂ ପରିବାର ଲୋକେ ମଧ୍ୟ ଭାଉଜଙ୍କ ଏହି ଅଭିନୟରେ ସଂପୂର୍ଣ୍ଣ ବିଶ୍ୱାସ କରିଥିଲେ । ହେଲେ କିଏ ଜାଣିଥିଲା ସାମାନ୍ୟ କିଛି ଜମି ପାଇବା ଆଶାରେ ଭାଉଜ ଭାଇ ମିଶି ଦିଅର ସହିତ ଏପରି କାଣ୍ଡ ଘଟାଇବେ ।

Bhauja

ଏମିତି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଭୁକ୍ତ ମିତ୍ରପୁର ଅଞ୍ଚଳରେ । ଭାଇ ବିଜୟ ରାଉତ୍ ଓ ଭାଉଜ ମିଶି ଦିଅର ଭବାନୀ ରାଉତ୍ ଓ ଦିଅରଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଛନ୍ତି । ହତ୍ୟା ଖବର ଆସିବା ପରେ ଭାଉଜ କିଛି ନ ଜାଣିବାର ଏପରି ଅଭିନୟ କରିଥିଲେ ଯେ ଯିଏ ବି ଦେଖିଥିଲେ ସେ ଭାବୁଥିବେ ଭାଉଜ ହେବ ତ ଏପରି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ କାହାକୁ ବି ଜଣା ନଥିଲା ସତ କଣ । ଏପରିକି ପୋଲିସ୍ ବି ସନ୍ଦେହ ଘେରରେ ପଡ଼ି ଯାଇଥିଲା । ସୂଚନା ଅନୁସାରେ ଦୁଇ ଭାଇ ବିଜୟ ଓ ଭବାନୀଙ୍କ ମଧ୍ୟରେ ଜମି ଜୁମାକୁ ନେଇ ବିବାଦ ଚାଲି ଆସୁଥିଲା । ଭାଇ ଓ ଭାଉଜ ମିଶି କିପରି ଜମିକୁ ସବୁ ଦିନ ପାଇଁ ନିଜ ନାମରେ କରାଇବେ ସେଥି ପାଇଁ ଉପାୟ ପାଞ୍ଚିଥିଲେ । ୫ ଜଣ ସୁପାରିଙ୍କ ସହିତ ନିଜ ଭାଇଙ୍କୁ ମାରିବା ପାଇଁ ୧ ଲକ୍ଷ ୪୦ ହଜାରର ଡିଲ କରି ଥିଲେ ।

ସମୟ ସୁବିଧା ଦେଖି ସୁପାରି ନେଇଥିବା ଲୋକ ମାନେ ଭବାନୀ ରାଉତ୍ ଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ସମୟରେ ଭବାନିଙ୍କ ସହିତ ତାଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ର ମଧ୍ୟ ରହିଥିଲେ । ଯେ କି ହତ୍ୟାକାରୀଙ୍କୁ ଦେଖିଥିଲେ । ଯେଉଁଥି ପାଇଁ ହତ୍ୟାକାରୀ ମାନେ ମଧ୍ୟ ମନୋରଞ୍ଜନଙ୍କୁ ହତ୍ୟା କରି ଦୁହିଁଙ୍କ ଶବକୁ ମିତ୍ରପୁର ନିକଟରେ ଥିବା ବ୍ଲୁ ଲେକ୍ ରେ ଫିଙ୍ଗି ଦେଇଥିଲେ । 

ପରେ ପୋଲିସ ର ସନ୍ଦେହ ବଡ ଭାଇ ଉପରେ ରହିଥିଲା । ଭାଉଜଙ୍କ ଓଭର ଆକ୍ଟିଂ ଉପରେ ମଧ୍ୟ ପୋଲିସ ର ସନ୍ଦେହ ହେବା ଆରମ୍ଭ ହୋଇଥିଲା । ଯାହା ପରେ ଦୁହିଁଙ୍କୁ କ୍ରସ୍ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲା ପୋଲିସ୍ । ତାପରେ ସବୁ ସତ ଆସିଥିଲା ଆଖିସମ୍ନାକୁ। ପୋଲିସ ଭାଇ ଓ ଭାଉଜଙ୍କ ସହିତ ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି।