ଦେଖନ୍ତୁ ଭିଡିଓ: ସାବାସ୍ ମୁନ୍ନା ଭାଇ! ରାସ୍ତାରେ ଦୋୖଡି ଯାଇ ବଞ୍ଚାଇଲେ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଜୀବନ

 
Siddhant Mohapatra

ରିଲ୍ ଲାଇଫରେ ସେ ଜଣେ ସୁପରଷ୍ଟାର, କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସେ ରାଜ୍ କରନ୍ତି। କିନ୍ତୁ, ଆଜି ଏପରି ଏକ କାମ କରି ଦେଖାଇଛନ୍ତି ଯାହାକି ରିଅଲ୍ ଲାଇଫରେ ମଧ୍ୟ ତାଙ୍କୁ ଜଣେ ଦେବଦୂତ ସଜାଇ ଦେଇଛି। ଆଜ୍ଞା ହଁ, ଆମ୍ଭେ କଥା ହେଉଛେ ଓଡ଼ିଆ ସିନେ ଜଗତର ସବୁଠାରୁ ଚର୍ଚ୍ଚିତ ନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ। 

Accident

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ସିଦ୍ଧାନ୍ତ। ମିଳିଥିବା ସୂଚନା ଅନୁଯାଇ ଭୁବନେଶ୍ବର ପାହାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲୋ ଜାତୀୟ ରାଜପଥରେ ପଡ଼ି ଛଟପଟ ହେଉଥିବା ବେଳେ ଆରପଟେ ଯାଉଥିବା ସିଦ୍ଧାନ୍ତ ଅଟକି ଯାଇଥିଲେ। 

ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିବା ସହିତ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଲୋକେ ନ ଆସିବା ପର୍ଯ୍ୟନ୍ତ ସିଦ୍ଧାନ୍ତ ହିଁ ହସ୍ପିଟାଲରେ ରହି ସବୁ ବୁଝାସୁଝା କରିଥିଲେ। ସିଦ୍ଧାନ୍ତ ମହାପାତ୍ରଙ୍କର ଏଭଳି ପରୋପକାରୀ ମନୋଭାବକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ରାଜ୍ୟ ସଡକ ଓ ପରିବହନ ବିଭାଗ ତରଫରୁ ମଧ୍ୟ ତାଙ୍କୁ ଏଥିଲାଗି ପ୍ରଶଂସା କରାଯାଇଅଛି।