ଦେଖନ୍ତୁ ଭିଡିଓ: ଅଙ୍ଗଦାନ କରିଥିବା ଶୁଭଜିତ୍ ସେଦିନ ମୃତ୍ୟୁ ପୂର୍ବରୁ କ୍ଲାସରେ ଖୁସିରେ ବସିଥିଲା ହେଲେ ହଠାତ୍ ଘଟିଗଲା ସବୁକିଛି

 
Subhojit donor

ଜୀବନ ପରୀକ୍ଷାରେ ସିନା ହାରିଗଲେ, ହେଲେ ମୃତ୍ୟୁ ପରେ ବି ଅମର ହୋଇଗଲେ 8 ବର୍ଷର କୁନି ପୁଅ ଶୁଭୋଜିତ୍ । ନିଜ ଜୀବନ ଗଲା ପରେ ବି ଅନ୍ୟ କିଛି ଲୋକଙ୍କ ଦେହରେ ଜୀବିତ ରହିବେ ଏହି କୁନି ପୁଅ । ଆଠ ବର୍ଷର ପୁଅର ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ପରିବାର ଲୋକେ। ସୁବୋଜିତଙ୍କ ପାଇଁ ୨ ଜଣଙ୍କୁ ମିଳିଛି ନୂଆ ଜୀବନ। ସୁବୋଜିତଙ୍କ ୨ଟି କିଡନୀ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍।

Subhojit

ଶୁଭଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର। ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। 

ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ। ଏବେ ତାଙ୍କର ବାର୍ଷିକ ପରୀକ୍ଷା ହେଉଥିଲା। ଗତ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ଶ୍ରେଣୀ ଗୃହରେ ଥିଲେ। ହେଲେ ହଠାତ୍‌ ସେ ଅସୁସ୍ଥ ହୋଇଗଲେ। ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷ। ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା।

ସେତେବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଖାଲି ନଥିଲା। ତେଣୁ ପରିବାର ଲୋକେ ଛୁଆକୁ ଧରି ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ଓ ପରିବାର ଭାବିଥିଲେ ସବୁକିଛି ଠିକ୍‌ ହୋଇଯିବ। ଚିକିତ୍ସା ପରେ ଶୁଭୋଜିତଙ୍କ ହାର୍ଟ, ଲଗ୍ସ ପ୍ରମୁଖ ଆକ୍ଟିଭ୍‌ ହେଲା। କିନ୍ତୁ ବ୍ରେନ୍‌ ରେସ୍‌ପଣ୍ଡ କଲାନାହିଁ। ଶେଷରେ ଗୁରୁବାର ଦିନ ଡାକ୍ତର ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ। ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।