ଦେଖନ୍ତୁ ଭିଡିଓ: ଭୁବନେଶ୍ୱର ଯୌତୁକ ପାଇଁ ବୋହୂକୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଏସକ୍ଲୁସିଭ୍ ଚିତ୍ର

 
Bbsr badhu hatya

ଭୁବନେଶ୍ୱର ଥାନାକୁ ଆସିଛି ଏକ ସାଙ୍ଘାତିକ୍ ଅଭିଯୋଗ । ବିବାହ ପରେ ଅଧିକ ଯୌତୁକ ଦାବୀରେ ଅତ୍ୟାଚାର କରୁଥିଲେ ସ୍ଵାମୀ ଓ ଶାଶୁ ଘର ଲୋକେ । ଏବେ କିନ୍ତୁ ସମ୍ପୂର୍ଣ ଜୀବନରୁ ମାରି ଦେଇଛନ୍ତି । ଏପରି ଏକ ଅଭିଯୋଗ ଦେଖିବାକୁ ମିଳିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ । ମୃତ ମହିଳା ଜଣକଙ୍କ ନାଆଁ ହେଉଛି ପ୍ରିୟଙ୍କା ମିଶ୍ର । 

ଜୁନ

ଗତକାଲି ପ୍ରିୟଙ୍କାଙ୍କର ଝୁଲନ୍ତା ମୃତ ଦେହ ମିଳିଥିଲା । ପ୍ରିୟଙ୍କାଙ୍କ ବାପ ଘର ଲୋକେ ଏହା ଆତ୍ମହତ୍ୟା ନୁହେଁ ହତ୍ୟାର ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କ ସ୍ଵାମୀ ଅଟକେଇ ରଖି ପଚରା ଉଚରା କରୁଛି । ତେବେ ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ ଦାସଙ୍କ ପୁଅ ସୁରଜ୍ ଦାସଙ୍କର ଅଢେଇ ବର୍ଷ ପୂର୍ବରୁ ବୈଦିକ ରୀତି ନୀତିରେ ବିବାହ ହୋଇଥିଲା । 

ପ୍ରିୟଙ୍କାଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ସୁରଜ୍ ଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ରହିଥିଲା । ଏପରି କି ଯୌତୁକ ପାଇଁ ତାଙ୍କୁ ମାର୍ ପୀଟ ବି କରୁଥିଲେ । ଗର୍ଭପାତ କରାଇବାର ଅଭିଯୋଗ ମଧ୍ୟ କରାଇଛନ୍ତି ବାପ ଘର ଲୋକେ । 

ପରିବାର ଲୋକେ କରିଥିଲେ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା କହିଥିଲେ । ଆଉ ଏ ଭିଡିଓଟି ହେଉଛି କିଛି ଦିନ ତଳର। ଯେଉଁଠି ପୋଲିସ ଆଗରେ କହୁଛନ୍ତି ସ୍ୱାମୀଙ୍କ କାରାନାମା ।  ଶାଶୂ ଘରୁ ମିଳିଛି ବୋହୂର ମୃତଦେହ।

ଏ ନେଇ ସୁରଜ୍ ଙ୍କ ଘର ଲୋକ କିନ୍ତୁ ଓଲଟା ଅଭିଯୋଗ ଆଣିଛନ୍ତି ବୋହୂ ପ୍ରିୟଙ୍କାଙ୍କ ନାଁରେ । ସେମାନେ କହିଛନ୍ତି ପ୍ରିୟଙ୍କାଙ୍କର ବାହାଘର ପରେ ଅନ୍ୟ ପୁଅ ସହିତ ସମ୍ପର୍କ ରହିଥିଲା । ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିଛି ।