​​ଗାଁରେ ଚାଲିଥିଲା ସେକ୍ସ ରାକେଟ, ହଠାତ୍ ଘର ଭିତରୁ ପଶିଗଲେ ଗାଁ ଲୋକ, ଦୌଉଡିଲେ ଝିଅ ପୁଅ, ଜାଣନ୍ତୁ ପୁରା ଘଟଣା

 
Racket
ଅନେକ ଦିନ ଧରି ଚାଲିଥିଲା ସେକ୍ସ୍ ରାକେଟ୍ । ସହରରେ କି କୋଉ ହୋଟେଲ୍ କି ଲଜ୍ ରେ ନୁହେଁ ବରଂ ଗାଆଁରେ ଚାଲିଥିଲା ଏହି ସେକ୍ସ୍ ରାକେଟ୍ । ଅନେକ ଦିନ ଧରି ଚାଲିଥିଲା ଏହା । ବାହାରରୁ ନାମୀ ଦାମୀ ଲୋକ ମଧ୍ୟ ଆସୁଥିଲେ ଏଠାକୁ । ଦିନକୁ ଦିନ ସେମାନଙ୍କ ଚାଲି ଚଳଣି ଉପରେ ବଢ଼ିବାକୁ ଲାଗିଥିଲା ଗାଆଁ ଲୋକ ମାନଙ୍କ ସନ୍ଦେହ ।

 Racket

ଯେଉଁଥି ପାଇଁ ଗାଆଁ ଲୋକ ମାନେ ମିଳିତ ଭାବେ ସେକ୍ସ୍ ଚାଲିଥିବା ଜାଗାରେ ପସିଥିଲେ । ଯାହା ପରେ ସାମ୍ନାକୁ ଆସିଥିଲା ସବୁ ସତ ଘଟଣା । ଜଣା ପଡିଥିଲା କିପରି ଗାଆଁ ଲୋକଙ୍କ ଆଖିରେ ଧୂଳି ଦେଇ ଏତେ ଦିନ ହେଲା ଚାଲୁ ରଖିଥିଲେ ଏହି ସେକ୍ସ୍ ରାକେଟ୍ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହଠାତ୍ ଗାଆଁ ଲୋକ ମାନଙ୍କୁ ସେହି ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯୁବକ ଯୁବତୀ ମାନେ । ଅନ୍ୟ କିଛି ବାଟ ନ ଦିଶିବାରୁ ଗାମୁଛା ପିନ୍ଧି ଏଣେ ତେଣେ ଦୌଡ଼ି ଥିଲେ ଯୁବତୀ ମାନେ । ଗ୍ରାମବାସୀ ସେହି ସ୍ଥାନରେ ପହଞ୍ଚିବା ବେଳକୁ ସେଠାରେ ଦୁଇ ଯୁବତୀ ଓ ଦୁଇ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଜବତ୍ କରିଥିଲେ । ଯାହା ପରେ ସେମାନଙ୍କ ସହିତ କିଛି ଏପରି କରିଥିଲେ ଗ୍ରାମବାସୀ ।

ସେହି ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେ଼ଚିଥିଲେ ଗ୍ରାମବାସୀ । ଯାହା ପରେ ପୋଲିସ୍ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଗୋଟିଏ ବାଇକ୍ ଓ ଗୋଟିଏ ଦାମୀ କାର ଜବତ୍ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଛଡାଇ ଥାନାକୁ ନେଇ ଯାଇଥିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ମକାପଦ ଗ୍ରାମରେ । 

Racket

ଗୃହମାଲିକ ଜଣକ ମାଡ଼ ଖାଇ ଘଟଣା ସ୍ଥଳରକୁ କୌଶଳ କରି ଚମ୍ପଟ ମାରିଥିବା ବେଳେ ତାଙ୍କ ପତ୍ନୀ ତଥା ରାଣୀ ମହୁମାଛି ଧରା ପଡ଼ି ଯାଇଛି । ଏହି ଦେହ ବ୍ୟବସାୟରେ ଲିପ୍ତ ରହିଥିବା ଭୁବନେଶ୍ୱର ଓ ବାରିପଦା ଅଞ୍ଚଳର ୨ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ରାତି ୧୦ଟାରେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ରାଣୀ ମହୁମାଛି ଓ ୨ଗରାଖକୁ ଅଟକ ରଖି ପଚରା ଉଚରା ଚଳାଇଛି । ସେହିପରି ଏହି ଘଟଣାରେ ପୁଲିସ ୩ଟି ବାଇକ ଓ ଗୋଟିଏ କାରକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।