ମୋ ସ୍ବାମୀଠୁ ମୋତେ ଅଲଗା କରି ସିନ୍ଦୂର ଦେଲା, ମନା କଲେବି ରାତିଦିନ ଶାରିରୀକ ସମ୍ପର୍କ ରଖିଲା, ଆଉ ତାପରେ...

 
Berhmpur women

ବର୍ଷାରେ ଭିଜିଭିଜି ଜଣେ ମହିଳା ପତ୍ନୀର ମାନ୍ୟତା ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲିସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳା ଜଣକ ହେଲେ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷ। ସେ ବେଗୁନିଆପଡ଼ା ବାଲିସାହିର ବିଶ୍ୱଜିତ ଜଗନ୍ନାଥ ସାହୁଙ୍କୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକଙ୍କର ଉଦ୍ୟମରେ ସେ ଅନ୍ୟତ୍ର (ମର୍ଡକୋଟ) ବିବାହ କରିଥିଲେ। ଏଥିରେ ବିଶ୍ବଜିତ କ୍ରୋଧାନ୍ବିତ ହୋଇଥିଲେ।

Women

ପରେ କସ୍ତୁରୀଙ୍କ ସ୍ୱାମୀଙ୍କ ପାଖକୁ ବିଶ୍ୱଜିତ ଅଶ୍ଳୀଳ ଫଟୋ ପଠାଇଥିଲେ। ଯାହା ଫଳରେ କସ୍ତୁରୀଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେଇଥିଲେ। ପରେ ବିଶ୍ୱଜିତ ତାଙ୍କୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ବିଶ୍ବଜିତ ଓ କସ୍ତୁରୀ ଗଂଜାମ ଜିଲ୍ଲା କୋଦଳା ଓ ଖଲିକୋଟରେ ବିଭିନ୍ନ ସମୟରେ ଭଡ଼ା ଘରେ ରଖିଥିଲେ। 

ଯେଉଁଠି ବାରମ୍ବାର ଶାରୀରିକ ସମ୍ବନ୍ଧ ରଖିବା ପରେ ବିଶ୍ୱଜିତ ତାଙ୍କୁ ଖଲିକୋଟ ଭଡ଼ା ଘରେ ଛାଡ଼ି ଫେରାର ହୋଇଯାଇଥିଲେ। ସ୍ୱାମୀ ବିଶ୍ୱଜିତଙ୍କୁ ଖୋଜିବା ପାଇଁ ସେ ବାହାରିଥିଲେ। କସ୍ତୁରୀ ଏହି ଅଭିଯୋଗ ଆଣିବା ସହ ବିଶ୍ୱଜିତଙ୍କ ଘରକୁ ପହିଂଚି ଥିଲେ। କିନ୍ତୁ ବିଶ୍ୱଜିତ ଫେରାର ହୋଇ ଯାଇଥିବା ଜାଣିବା ପରେ ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। 

Womy

ଖଲ୍ଲିକୋଟ ଥାନାରେ କସ୍ତୁରୀ ଅଭିଯୋଗ ମଧ୍ୟ କରିଛନ୍ତି। ବିଶ୍ୱଜିତଙ୍କ ପରିବାର ଲୋକେ ତାଙ୍କୁ ବୋହୂର ମାନ୍ୟତା ଦିଅନ୍ତୁ ବୋଲି ଦାବି କରିିଛନ୍ତି। ବୋହୂର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ସେ ସେଠାରେ ଧାରଣାରେ ବସିବେ ବୋଲି କହିଛନ୍ତି।