ଦେଖନ୍ତୁ ଭିଡିଓ: ଡେଉଁରିଆ ପିନ୍ଧାଇବା ବାହାନାରେ ମନ୍ଦିର ଭିତରେ ମହିଳାଙ୍କ ସହ ଏମିତି କଲେ ନନା

 
Nana

ମନ୍ଦିର ଭିତରେ ଡେଉଁରିରଆ ପିନ୍ଧିବା ବାହାନାରେ ପୂଜାରୀ ମହିଳଜନକୁ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଥାନାରେ ମହିଳା ଜଣକ ପୂଜାରୀ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ଦେଇଛନ୍ତି | ମୈତ୍ରୀ ବିହାର ଥାନା ଅନ୍ତର୍ଗତ ବିଡିଏ କଲୋନୀ ର ପାତାଳେଶ୍ଵର ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି | ମହିଳା ଜଣକ ତାଙ୍କ ପୁଅର ଜନ୍ମଦିନ ପାଇଁ ମନ୍ଦିର ଆସିଥିଲେ |

ମନ୍ଦିରରେ ପୂଜା କରୁଥିବା ଅରୂପାନନ୍ଦ ସାହୂ ମହିଳା ଜଣକୁ ଏକାକୀ ଦେଖି ତାଙ୍କୁ ଡେଉଁରିଆ ପିନ୍ଧେଇବା ବାହାନାରେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ବୋଲି ସେଠାକାର ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ |

ନନା

ସ୍ଥାନୀୟ ଲୋକେ ସମସ୍ତ ଘଟଣା ଶୁଣିବା ପରେ ପୋଲିସ କୁ ଖବର ଦେଇଥିଲେ ଏବଂ ପୋଲିସ ସଙ୍ଗେ ସଙ୍ଗେ ଆସି ପୂଜକଙ୍କୁ ଅଟକାଇ ତାଙ୍କ ନାମରେ ମହିଳା ଜଣଙ୍କୁ ଅସଭ୍ୟ ବ୍ୟବହାର କରିଛନ୍ତି କି ନାହିଁ ସେ ବିଷୟରେ ପଚରାଉଚରା କରିଥିଲେ | ପୋଲିସ ମନ୍ଦିର ପୁଜାରିକୁ ବହୁତ ସମୟ ପଚରାଉଚରା କରି ତାଙ୍କୁ ତାଗିଦ କରିଥିଲେ ଏଭଳି ନୀଚ କର୍ମ ନ କରିବା ପାଇଁ ବାରଣ କରିଥିଲେ | 

ମିଡ଼ିଆ ଆଗରେ ମହିଳା ଜଣକ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ତାଙ୍କ ପୁଅର ଜନ୍ମ ଦିନରେ ସେ ମନ୍ଦିରକୁ କ୍ଷୀର ଢାଳିବାକୁ ଆସିଥିଲେ ଠିକ ଏହି ସମୟରେ ମନ୍ଦିର ପୂଜାରୀ ତାଙ୍କ ସହିତ ଅସଭ୍ୟ ବ୍ୟବହାର କରିଥିଲେ |

ମନ୍ଦିର ଭିତରେ ବି ଏଭଳି ନୀଚ ପାପ କର୍ମ କରାଯାଉଛି ଯାହାକି ଆଗରୁ କେବେ ଶୁଣିବାକୁ ମିମିଳୁନଥିଲା | କଣ ଏମିତି ହେଇ କଳିଯୁଗ ଶେଷ ହୋଇଯିବ ଏ କଥା କୁ ନେଇ ଲୋକଙ୍କ ମନରେ ବର୍ତ୍ତମନ ଭୟର ବାତାବରଣ ଖେଳିଯାଇଛି |