ଭୋଜି ଚାଲିଥିଲା ଘରେ କୁଣିଆ ବି ଭର୍ତ୍ତି, ହେଲେ ପୋଲିସକୁ ଦେଖି ବାହା ବେଦିରୁ ବର କନ୍ୟା ହେଲେ ଫେରାର, ଜାଣନ୍ତୁ ପୁରା ଘଟଣା

 
Bara kanya

ବାଜୁଥିଲା ସାହାନାଇ । ଆଉ କିଛି ସମୟ ପରେ ସବୁଦିନ ପାଇଁ ସମ୍ପର୍କରେ ବାନ୍ଧି ହୋଇଥାନ୍ତେ ବର କନ୍ୟା ଦୁହେଁ । ବନ୍ଧୁ ବାନ୍ଧବ , ସାହି ଭାଇ ସମସ୍ତଙ୍କଙ୍କର ଭିଡ ଜମିଥାଏ । ସାଜ ସଜା ସହିତ ବଡ ଆକାରରେ ଭୋଜିର ମଧ୍ୟ ଆୟୋଜନ କରା ଯାଇଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାତ୍ର ସବୁ କିଛି କ୍ଷଣ ମାତ୍ରକେ ଏପରି ଓଲଟ ପାଲଟ ହୋଇଯିବ କିଏ ଜାଣିଥିଲା । ବର କନ୍ୟା ବେଦୀ ଉପରକୁ ଯିବା ପୂର୍ବରୁ ଏପରି କିଛି ଘଟି ଯାଇଥିଲା ସେଠି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Bara kanya

ହଠାତ୍ ବିବାହ ସ୍ଥାନରେ ଆସି ପହଞ୍ଚିଥିଲେ ପୋଲିସ୍ ଓ ଶିଶୁ କଲ୍ୟାଣ ଅଧିକାରୀ । ଯେଉଁମାନେ ବିବାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୋଲିସ ଓ ଘର ଲୋକଙ୍କ ଭିତରେ ହାତା ହାତି ମଧ୍ୟ ହୋଇଥିଲା । ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା......

ଏପରି ଏକ ଘଟଣା ଦେହିବାକୁ ମିଳିଛି ତାଳଚେର ଜିଲ୍ଲା ଢେମାରଗୁଡ଼ି ଅଞ୍ଚଳରେ । ସୂଚନା ଅନୁସାରେ ସେହି ସ୍ଥାନରେ ବାଲ୍ୟ ବିବାହ କରା ଯାଉଥିଲା । କେହି ଜଣେ ପୋଲିସ୍ କୁ ଫୋନ୍ କରି ଏହାର ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିବାହ ରୋକିଥିଲେ ।

ପୋଲିସ୍ ଓ ଘର ଲୋକଙ୍କ ମଧ୍ୟରେ କଥା ବାର୍ତ୍ତା ସମୟରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ବର କନ୍ୟା ଦୁହେଁ ଘଟଣା ସ୍ଥଳରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ପୋଲିସ୍ ଘରର ଚାରି ପାଖ ଓ ଗାଆଁ ରେ ଖୋଜା ଖୋଜି କରିବା ପରେ ମଧ୍ୟ ଦୁହିଁଙ୍କୁ ପାଇ ନଥିଲା ।