ଦେଖନ୍ତୁ ଭିଡିଓ: ପଟିଆରେ ଯୁବତୀ ଏକାଥରେ ୧୦ଟି ବିୟର୍ ପିଇ ମାତାଲ ହୋଇ ରାଜରାସ୍ତାରେ କଲେ ଏସିତି ହରକତ୍

 
Jubati

ଏକା ଥରକେ ଦଶ ବୋତଲ ବିଅର୍ ପିଇଲେ ଯୁବତୀ । ତା ପରେ ଆରମ୍ଭ ହୋଇଗଲା ବିଚ୍ ରାସ୍ତା ରେ ହାଇଡ୍ରାମା। ବିନା ଟିକେଟରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ଡ୍ରାମା । ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ କରିଲା ଗିରଫ । ହେଲେ ଏ ଯାଏଁ କିନ୍ତୁ ଥମି ନ ଥାଏ ଯୁବତୀଙ୍କ ନିଶା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଇନଫୋଷିଟିକ୍ ଥାନା ଅନ୍ତର୍ଗତ କଳାରାହଂଗ କଟିଙ୍ଗ ଛକରେ ।

Jubati

ସୂଚନା ଅନୁସାରେ ଜଣେ ଯୁବତୀ ଅପରାହ୍ନ ସମୟରେ ଛକ ନିକଟରେ ଥିବା ଏକ ମଦ କାଉଣ୍ଟର କୁ ବିଅର କିଣିବା ଲାଗି ଆସିଥିଲେ । ଦୋକାନ ସାମ୍ନାରେ ହିଁ ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ଟି ବିର୍ ସେ ପିଇ ଦେଇଥଲେ । ଯାହା ପରେ ସେ ନିଯେ ନିଜର ଭାରସାମ୍ୟ ହରାଇ ବସିଥିଲେ  । କଣ କରୁଥିଲେ କାହାକୁ କଣ କହୁଥିଲେ ତାର କିଛି ଖବର ନ ଥିଲା ତାଙ୍କୁ ।

ବାଟରେ ଯାଉଥିବା ବାଟୋଇଙ୍କୁ ଗାଳି ଦେବା ସହିତ ଗାଡ଼ି ମଟରକୁ ଅଟକାଇ ଦେଉଥିଲେ । ପାଖା ପାଖି ୪ ଘଣ୍ଟା ଧରି ଏପରି ଉତ୍ପାତ ମଚାଇଥିଲେ ଯୁବତୀ । ଯୁବତୀ ଜଣକ ରାସ୍ତା ଉପରେ ଶୋଇ ପଡିବା ପରେ କିଛି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ କାବୁ କରିଥିଲା ।

ଇନ୍ଫୋସିଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ଆଣିଥିଲେ। ନିଶା ଛାଡ଼ିବା ପରେ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଥିବା ଜଣା ପଡିଛି । ତେବେ ନାଳରେ ପଡିଥିବା ନିଶାଗ୍ରସ୍ତ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଝଡ଼ ପରି ଭାଇରାଲ ହେଉଛି I

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ତଦନ୍ତ ବେଳେ ସେ ଜଣେ ବିବାହିତା ମହିଳା ଓ ତାଙ୍କର ଏକ ଝିଅ ଥିବା କଥା ଜଣାପଡିଛି । ଗୋଟିଏ ବେସରକାରୀ କମ୍ପାନୀରେ ସେ କାମ କରନ୍ତି ବୋଲି କହିଛନ୍ତି ।