ଶ୍ରୀମନ୍ଦିରର ୫ ଗୂଢ଼ ରହସ୍ୟ, ସମସ୍ତଙ୍କୁ ଏବେବି ରହିିିଛି ଅଜଣା! ବଡ଼ ବଡ଼ ବୈଜ୍ଞାନିକ ବି ଯାହା ଆଗରେ ମୁଣ୍ଡ ନୁଆଁଇଛନ୍ତି

 
Facts of puri Jagannath temple
ଦ୍ବାଦଶ ଶତାବ୍ଦୀର ମନ୍ଦିର । ଯେଉଁ ମନ୍ଦିରର ଅନେକ ରହସ୍ୟ ଏବେ ବି ଖୋଜି ପାଉନି ବିଜ୍ଞାନ । ଏହା ବିଜ୍ଞାନର ଅସଫଳତା ନା ଧର୍ମର ଚମତ୍କାରିତା ଏହା ଏବେ ଏକ ବଡ଼ ପ୍ରଶ୍ନବାଚୀ । ହେଲେ ସେ ଯାହା ହେଉ ନା କାହିଁକି ଏହା ସମଗ୍ର ଓଡ଼ିଶା ବାସୀଙ୍କର ଗର୍ବ କାରଣ ଏଭଳି ଏକ ମହାନ୍ ମନ୍ଦିର ଅନ୍ୟ କେଉଁଠି ନୁହେଁ ବରଂ ଓଡ଼ିଶାର ଅବସ୍ଥିତ ।

ର

ଆପଣ ହୁଏ ତ ଜାଣି ସାରିବେଣି ଆମେ ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ କଥା କହୁଛୁ । ଏହି ମନ୍ଦିର ଏକ ରହସ୍ୟମୟ ମନ୍ଦିର ଭାବେ ମଧ୍ୟ ପରିଚିତ । ରହସ୍ୟ ରହିବନି ବା କିପରି । ଯେଉଁଠି ଦୁନିଆର ସବୁଠୁ ବଡ଼ ଠାକୁର ବିରାଜମାନ ସେଠାରେ ରହସ୍ୟ ରହିବା ହୁଏ ତ ଏକ ସ୍ଵାଭାବିକ କଥା । ଯେଉଁ ଠାକୁର ଓଡ଼ିଶାର ପୁରୀରେ ରହି ମଧ୍ୟ କାହିଁ କେତେ ଦୁର ଦୁରାନ୍ତରୁ ଲୋକ ମାନଙ୍କୁ ନିଜ ପାଖକୁ ଟାଣି ଆଣନ୍ତି ତାଙ୍କ ପାଖରେ ଏହି ସବୁ ରହସ୍ୟ ନିମିତ୍ତ ମାତ୍ର ।

ତେବେ ଜାଣନ୍ତୁ ପୁରୀ ମନ୍ଦିରକୁ ନେଇ ରହିଥିବା କେତେକ ରହସ୍ୟପୂର୍ଣ୍ଣ ଘଟଣା ଯାହାକୁ ଆଜି ଯାଏଁ ବି ବୁଝି ପାରିନି ଏକବିଂଶ ଶତାବ୍ଦୀର ବିଜ୍ଞାନ । 

Lord Jagannath

• ମନ୍ଦିରଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିଲେ ସୁଦ୍ଧା ସମୁଦ୍ରର ଗର୍ଜନ ମେଘନାଦ ପାଚେରୀକୁ ଟପି ପାରେ ନାହିଁ । ସେଥିପାଇଁ ମନ୍ଦିର ଭିତରର ପରିବେଶ ଶାନ୍ତ ରହିଥାଏ ।

• ଏହି ମନ୍ଦିର ଉପର ଦେଇ କୌଣସି ପକ୍ଷୀ କିମ୍ବା ବିମାନ ଆଜି ପର୍ଯ୍ୟନ୍ତ ଉଡି ନାହିଁ । ଯାହାର ରହସ୍ୟ ଏବେ ବି ଜାଣିବା ପାଇଁ ବେଶ୍ ଆଗ୍ରହୀ ଅଟନ୍ତି ଇସ୍ରୋର ବୈଜ୍ଞାନିକ ।

• ଏହି ମନ୍ଦିର ଉପରେ ସୂର୍ଯ୍ୟ କିରଣ ପଡୁଥିଲେ ମଧ୍ୟ ଏହି ମନ୍ଦିରର ଛାଇ ସୃଷ୍ଟି ହୁଏ ନାହିଁ । ଯାହା ସବୁଠାରୁ ଏକ ବଡ଼ ରହସ୍ୟ ।

• ଆଉ ଏକ ରହସ୍ୟ ହେଉଛି ମନ୍ଦିର ଉପରେ ଅବସ୍ଥିତ ଚକ୍ର । ଏହି ଚକ୍ରର ଅବସ୍ଥିତି ଏପରି ରହିଛି ଯେ ଆପଣ ଯେଉଁ ଦିଗରୁ ଦେଖିବେ ଏହା ଆପଣଙ୍କୁ ଏକା ପରି ଦେଖାଯିବ ।

• ଏହା ସହିତ ଜଡିତ ଆଉ ଏକ ରହସ୍ୟ ହେଉଛି ମନ୍ଦିର ଉପରେ ଲାଗିଥିବା ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ଉଡ଼ିଥାଏ ।