ଓଡ଼ିଶାରେ ଆରମ୍ଭ ହେଲା ସ୍କ୍ରାପ୍ ପଲିସି, ଫିଟ୍ ନଥିବା ସମସ୍ତ ଗାଡି ସ୍କ୍ରାପ୍ କରାଯିବ, ଜାଣନ୍ତୁ ସରକାରଙ୍କ ସ୍କ୍ରାପ୍ ପଲିସି

 
Scarp policy

ଏପ୍ରିଲ ମାସରୁ ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ବ୍ୟବହାର ହେଉଥିବା ଅନ୍‌ଫିଟ୍ ଓ ୧୫ ବର୍ଷ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ । ରାଜ୍ୟରେ ପୁରୁଣା ଓ ଫିଟ୍ ନଥିବା ସମସ୍ତ ସରକାରୀ ଗାଡ଼ି ରାସ୍ତାରୁ ହଟିବ । ଏହି ସଂଖ୍ୟା ୬୪୨ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

Vehicle

ବିଭାଗ ସ୍ପଷ୍ଟ କରିଛି ଯେ, ରାଜ୍ୟରେ ପ୍ରାୟ ସରକାରୀ ପଞ୍ଜୀକୃତ ଗାଡ଼ି ସଂଖ୍ୟା ୧୭ ହଜାରରୁ ଅଧିକ । ସେଭିତରୁ କେବଳ ଫିଟ୍ ନଥିବା ଓ ୧୫ ବର୍ଷ ପୁରୁଣା ଗାଡ଼ି ସଂଖ୍ୟା ୬୪୨ । ପ୍ରଥମେ ଏହି ଗାଡ଼ିଗୁଡ଼ିକ ହଟିବା ପରେ ପରବର୍ତ୍ତୀ ସମୟରେ ଘରୋଇ ଭାବେ ବ୍ୟବହାର ହେଉଥିବା ପୁୁରୁଣା ଗାଡ଼ି କଥା ବିଚାର କରାଯିବ । ତେବେ ଏକ୍ସପର୍ଟଙ୍କ ମତରେ ସରକାର ଭିତ୍ତିଭୂମି ବିକାଶ ପରେ ପୁରୁଣାଗାଡ଼ି ହଟାଇବା କଥା ଚିନ୍ତା କରିବା ଜରୁରୀ ।

୧୫ ବର୍ଷର ପୁରୁଣା ଗାଡ଼ି ଚଲାଇ ହେବନି । ସେଗୁଡିକୁ ସ୍କ୍ରାପ୍ କରାଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଖାଲି ସରକାରୀ ନୁହେଁ, ବେସରକାରୀ ସ୍ତରରେ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ମନରେ ପ୍ରଶ୍ନ । କେମିତି ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରାଯିବ । 

Old Vehicle

ସରକାରଙ୍କ ସ୍କ୍ରାପ ପଲିସି (Scrap Policy) କ’ଣ ?

ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍କ୍ରାପିଂ ସେଣ୍ଟର କରାଯିବ । ଯେଉଁ ଗ୍ରାହକମାନେ ନିଜ ଆଡ଼ୁ ପୁରୁଣା ଗାଡ଼ିକୁ ସ୍କ୍ରାପ କରିବାକୁ ଚାହୁଁଛନ୍ତି ସେମାନେ ସ୍କ୍ରାପିଂ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ସେମାନଙ୍କୁ ନିକଟସ୍ଥ ଆରଟିଓଙ୍କ ଅନୁମତି ନେବାକୁ ପଡ଼ିବ ।

ତେବେ ଗାଡ଼ି ସ୍କ୍ରାପିଂ କଲେ ମୂଳ ଗାଡ଼ିର କେତେ ପ୍ରତିଶତ ଅର୍ଥ ମିଳିବ ସେ ଦିଗରେ ସ୍ପଷ୍ଟତା ଆସି ନାହିଁ । ଲୋକଙ୍କ ମତରେ ଯଦି ସରକାର ପ୍ରଥମେ ୧୫ ବର୍ଷ ପୁରୁଣା ଗାଡ଼ିଗୁଡ଼ିକୁ ଅଫରୋଡ଼ କରିବାକୁ ଯାଉଛନ୍ତି ସେନେଇ ସ୍ପଷ୍ଟତା ଆଣିବା ଜରୁରୀ । ଅନ୍ୟଥା ଲୋକେ ଏଥିରେ ବିଭ୍ରାନ୍ତ ଓ ଭୟଭୀତ ହେଉଛନ୍ତି ।