ସରକାରଙ୍କ ନୁଆଁ ଯୋଜନା, ୧୦ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ୨୫୦୦ ଟଙ୍କା, କରନ୍ତୁ ଆବେଦନ

 
pilanku miliba

କେନ୍ଦ୍ର ସରକାରଙ୍କ ବାଲ ବିକାଶ ସେବା ଯୋଜନା ମାଧ୍ୟମରେ ଶିଶୁ ଓ ସେମାନଙ୍କ ମାଆଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାର ସୁଫଳ ଯେପରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ତାହାକୁ ଧ୍ୟାନରେ ରଖିଛନ୍ତି ସରକାର । ଏଥିପାଇଁ ବିଶେଷ ଭାବରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସହାୟିକା ନିଯୁକ୍ତ କରାଯାଇଛି । ଆଜିର ଛାତ୍ରଛାତ୍ରୀ କାଲି ଦେଶର ଭବିଷ୍ୟ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦେଶର ଭବଷ୍ୟ ସୁରକ୍ଷିତ ରଖିବାକୁ ନିଶ୍ଚୟ କରିଛନ୍ତି ସରକାର । ଗରିବ ଶ୍ରେଣୀର ପରିବାରର ପିଲମାନେ ବେଳେବେଳେ ଓଳିଏ ଖାଇବାକୁ ପାଇବା ମୁସ୍କିଲ୍‌ ହୋଇଯାଏ । ଏଭଳି ସ୍ଥିତିରେ ସରକାରଙ୍କ ଏହି ଯୋଜନା ସେମାନଙ୍କୁ ଲାଭ ଦେଇପାରେ । ଏହି ଯୋଜନାରେ ଗର୍ଭବତୀ, ସ୍ତନପାନ କରାଉଥିବା ମହିଳା ବା ପ୍ରସୂତୀଙ୍କ ପାଇଁ ବି ଉଦ୍ଦିଷ୍ଟ । 

ପିଲାଙ୍କୁ ମିଳିବ ୨୫୦୦ ଟଙ୍କା:

ମୂଳତଃ ଏହି ଯୋଜନାରେ ୧ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ଏଥିପାଇଁ ସରକାର ICDS ନାମକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ପିଲାଙ୍କ ପାଇଁ ୨୫୦୦ ଟଙ୍କା ବ୍ୟାଙ୍କ୍‌ ଖାତାରେ ଜମା କରୁଛନ୍ତି ସରକାର। ଏହି ଟଙ୍କାରେ ମାଆ ନିଜ ପିଲାଙ୍କୁ ପୁଷ୍ଟିକର ଆହାର ଦେଇ ପାରିବେ। 

ଏଣୁ ଏହି ଯୋଜନା ସମ୍ପୂର୍ଣ୍ଣ ଭାବରେ ମହିଳା ଓ ଶିଶୁଙ୍କ ପାଇଁ ସମର୍ପିତ। ଦୁଇ ବର୍ଷ ପୂର୍ବେ କୋରୋନା କାଳରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ରନ୍ଧା ଖାଦ୍ୟ ପାଇଁ ଡିବିଟି ମାଧ୍ୟମରେ ସିଧା ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଯାଇଥିଲା। 

ଏହି ଯୋଜନାର ନାମ ହେଉଛି ଅଙ୍ଗନବାଡ଼ି ଲାଭାର୍ଥୀ ଯୋଜନା ୨୦୨୪ର ଉଦ୍ଦେଶ୍ୟ ହେଉଛି ପ୍ରସୂତୀ ଓ ସେମାନଙ୍କ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା । ଏହି  ଯୋଜନାର ଲାଭ ଉଠାଇବାକୁ ହେଲେ ମହିଳାଙ୍କୁ ନିକଟସ୍ଥ ଅଙ୍ଗନବାଡ଼ିକେନ୍ଦ୍ରକୁ ଯାଇ ପଞ୍ଜିକରଣ କରାଇବାକୁ ହେବ । ପିଲାଟିଏ ଜନ୍ମରୁ ୬ ବର୍ଷ ଯାଏଁ ପ୍ରତି ମାସରେ ୧୫୦୦ ଟଙ୍କା ଯୋଗାଇ ଦେବେ ସରକାର । ଗରିବ ସୀମାରେଖା ତଳେ ଥିବା ପରିବାରବର୍ଗର ମହିଳାଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ କାର୍ଯ୍ୟକାରୀ କରାଯାଇଛି ।