ଭିଡିଓ ପାଇଁ ସରକାରୀ ବସକୁ ବିନା ପରମିସନରେ ଚଲେଇଲେ ପିଣ୍ଟୁ, ମିଳିବ ବଡ଼ ଦଣ୍ଡ, ଜାଣନ୍ତୁ ପୁରା ଖବର

 
Rupa pintu

ବିବାଦ ଘେରରେ ରୂପା ପିଣ୍ଟୁ ! ଭିଡ଼ିଓ କରିବାକୁ ଯାଇ ଏଭଳି ଭୁଲ୍ କଲେ ଦୁହେଁ । ଯେଉଁଥି ପାଇଁ ବର୍ତ୍ତମାନ ଦୁହିଁଙ୍କୁ ନେଇ ଦେଖିବାକୁ ମିଳିଛି ଅନେକ ପ୍ରଶ୍ନ । ଭିଡ଼ିଓ କରିବାକୁ ଯାଇ ବସ୍ ରେ ଚଢି ବସ୍ ଚଳାଇଲେ ପିଣ୍ଟୁ । ତାଙ୍କର ଏହି ଭୂଲ ହିଁ ତାଙ୍କୁ ଟାଣି ନେଇଛି ବିବାଦ ଘେରକୁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ରୂପା ପିଣ୍ଟୁଙ୍କୁ କିଏ ବା ନ ଜାଣେ । ଆପଣ ବି ହୁଏ ତ ଅଳ୍ପ ବହୁତେ ଦୁହିଁଙ୍କ ବିଷୟରେ ଜାଣିଥିବେ । କାରଣ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଏକ ବେଶ୍ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ଦୁହେଁ । ୟୁଟୁବ, ଫେସବୁକ୍ , ଇନ୍ଷ୍ଟାଗ୍ରାମ ସବୁଥିରେ ରୂପା ପିଣ୍ଟୁଙ୍କର ବେଶ୍ ଫ୍ୟାନ ଫଲୋଅର୍ସ ରହିଛନ୍ତି ।

Ay

କିନ୍ତୁ ପିଣ୍ଟୁଙ୍କର ଏହି ଭୂଲ ପାଇଁ ବର୍ତ୍ତମାନ ଫ୍ୟାନ୍ସ ମାନଙ୍କ ନିକଟରେ ମଧ୍ୟ ଦୁହିଁଙ୍କୁ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ । ସୂଚନା ଅନୁସାରେ, ପିଣ୍ଟୁ ଭିଡ଼ିଓ କରିବା ପାଇଁ ଲକ୍ଷ୍ମୀ ବସ୍ ଅଟକାଇ ଥିଲେ । କେବଳ ଅଟକାଇ ଥିଲେ ତାହା ନୁହେଁ ବରଂ ଡ୍ରାଇଭର ସିଟ୍ ରେ ବସି ବସ୍ ଚଳାଇଥିଲେ ମଧ୍ୟ ।

ଯାହା ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେଣୁ ସମସ୍ତଙ୍କ ନିକଟରେ ପିଣ୍ଟୁକୁ ନେଇ ବେଶ୍ ପ୍ରଶ୍ନ ଦେଖିବାକୁ ମିଳିଛି । ଏକ ସରକାରୀ ବସ୍ କୁ ଅଟକାଇଲେ ପୁଣି ସେଥିରେ ଚଢି ଡ୍ରାଇଭର ସିଟ୍ ରେ ବସି ବସ୍ ଚଳାଇଲେ । ଡ୍ରାଇଭର ଜଣଙ୍କ ମଧ୍ୟ ଏହାର କୌଣସି ପ୍ରତିବାଦ କରି ନାହାନ୍ତି । ବାସ୍ ଦେଖିବା ବାକି ରହିଲା ଆଇନ ବ୍ୟବସ୍ଥା ଏ ନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।