ହସ ଖୁସିରେ ରହୁଥିଲେ ରୋଜାଲିନ କିନ୍ତୁ ଗାଧଉ ଗାଧଉ ସବୁଦିନ ପାଇଁ ଛାଡ଼ି ଚାଲିଗଲେ, ଜାଣନ୍ତୁ ପୁରା ଘଟଣା

 
Jubati mruta

ଗାଧୋଉଥିବା ବେଳେ ଚାଲିଗଲା ଯୁବତୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡିରେ। ପୁରୀ ବାସିନ୍ଦା ତଥା କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଇଚ୍ଛାପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ(ସିଏଚ୍‌ଓ) ରୋଜାଲିନ ପାତ୍ର(୨୫)ଙ୍କ ବୁଧବାର ଆକସ୍ମିକ ମୃତ୍ୟୁ ହୋଇଯାଇଛି। ଗତ ଦୁଇ ବର୍ଷ ହେବ ରୋଜାଲିନ୍‌ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ।

Rojalin

ସେ ଇଚ୍ଛାପୁରସ୍ଥିତ ସରକାରୀ ଘରେ ରହୁଥିଲେ। ବୁଧୁବାର ସକାଳେ ସେ ଗାଧେଇବାକୁ ଯାଇଥିଲେ। ସେଠାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁରୀରେ ଥିବା ରୋଜାଲିନଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ବନ୍ଧରେ ସୂଚନା ଦିଆଯାଇଛି।