ବୋଟ ଦୁର୍ଘଟଣାର ଦୁଃଖଦ କାହାଣୀ କହିଲେ ବର୍ତ୍ତି ଯାଇଥିବା ଯବାନ, ଭାଇଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲି...ଦେଖନ୍ତୁ ଭିଡ଼ିଓ

 
Boat mishap

ମହାନଦୀ ଭିତରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ବରିଷ୍ଠ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଦକ୍ଷ ଓଡ୍ରାଫ୍ ଯବାନ ସିତାରାମ ମୁର୍ମୁ। ମିଶନ ଗଜରାଜରେ ସାମିଲ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତେବେ, ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଓଡ୍ରାଫ୍ ଯବାନ ନିବାରଣ ଦଳାଇ ନିଜର ଅନୁଭୂତି ବଖାଣିଛନ୍ତି।

Boat mishap

ମୁଣ୍ଡୁଳୀ ଡ଼ଙ୍ଗା ବୁଡ଼ି ଦୁର୍ଘଟଣାକୁ ଆଜିକୁ ଚାରି ଦିନ ବିତିଯାଇଥିଲେ ହେଁ ସେହି କଳା ଦିନର ଘଟଣାକୁ ଭୁଲିପାରୁନାହାନ୍ତି ସାଥି ସ୍କୁବା ଡାଇଭର ନିବାରଣ ଦଳାଇ। ତାଙ୍କ କହିବା ଅନୁଯାଇ ସେହିଦିନ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ବୋଟଟି ପ୍ରଖର ସ୍ରୋତରେ ପଲଟି ଯାଇଥିଲା। ଉକ୍ତ ସ୍ଥାନରେ ପ୍ରଖର ସ୍ରୋତ ସହିତ ଭଉଁରୀ ଥିବାରୁ ସମସ୍ତେ ବୁଡ଼ି ଯାଇଥିଲେ। ଏପରି ବିପରୀତ ପରିସ୍ଥିତିରେ ମଧ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା କହିଛନ୍ତି ନିବାରଣ। ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ପ୍ରଖର ସ୍ରୋତ ହେତୁ ସେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇନଥିବା କହିଛନ୍ତି।

ସାଥି ଯବାନ ସିତାରାମଙ୍କୁ ହରାଇ ବେସ ମର୍ମାହତ ହୋଇଛନ୍ତି ନିବାରଣ। ଗଣମାଧ୍ୟମ ଆଗରେ ସିତାରାମଙ୍କୁ ନିଜ ପାର୍ଟନର ବୋଲି କହିବା ସହ ସେମାନେ ପୂର୍ବରୁ ଅନେକ ବିପଦପୂର୍ଣ୍ଣ ରେସ୍କ୍ୟୁ ଅପରେସନକୁ ସାଥି ହୋଇ ସଫଳ କରାଇଥିବା ନିବାରଣ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସହିଦ ସିତରାମ ମୁର୍ମୁ ଓଡ଼ିଶାର ୱାଟରମ୍ୟାନ ଭାବରେ ପରିଚିତ ଥିଲେ। ସେ ଜଣେ ଦକ୍ଷ ବୁଡାଳି ହେବା ସହ ୫୦୦ ରୁ ଅଧିକ ଲୋକଙ୍କୁ ରେସକ୍ୟୁ କରିବାର ରେକର୍ଡ଼ ମଧ୍ୟ ସ୍ଥାପନ କରିଛନ୍ତି।