ସରକାରଙ୍କ ବଡ଼ ନିଷ୍ପତି ମାଗଣା କରୋନା ଟିକା ନେବାକୁ ହେଲେ ପ୍ରଥମେ କରିବାକୁ ହେବ ଏହି ଜରୁରୀ କାମ, ନହେଲେ ମିଳିବନି ଟୀକା

 
ସରକାରଙ୍କ ବଡ଼ ନିଷ୍ପତି ମାଗଣା କରୋନା ଟିକା ନେବାକୁ ହେଲେ ପ୍ରଥମେ କରିବାକୁ ହେବ ଏହି ଜରୁରୀ କାମ, ନହେଲେ ମିଳିବନି ଟୀକା

କରୋନା ସଂକ୍ରମଣ ବର୍ତ୍ତମାନ ପୁଣି ବଢୁଥିବା ବେଳେ ଏଥିରୁ ବାଦ୍ ଯାଇନି ଓଡ଼ିଶା। ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାରୋନା ସଂକ୍ରମଣ ବଢୁଥିବା ବେଳେ, କିନ୍ତୁ ଏକ ଖବର ସାଧାରଣ ଲୋକଙ୍କୁ ଅଶ୍ୱସ୍ତି ପ୍ରଦାନ କରିଛି। କାରଣ ଓଡ଼ିଶା ସରକାର ବର୍ତ୍ତମାନ ୧୮ ରୁ ୪୪ ବର୍ଷ ବୟସ୍କ ସମସ୍ତ ଓଡ଼ିଆ ନାଗରିକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି।

ତେବେ ଏହି ଖବର ଅନୁଯାଇ ସରକାର ଏଥିପାଇଁ ଦୁଇଟି କମ୍ପାନୀକୁ ଅର୍ଡର ଦେଇ ସାରିଛନ୍ତି। ସରକାର ଯଥା କ୍ରମେକୋଭିସିଲ୍ଡ୍ ର ୩ କୋଟି ୭୭ ଲକ୍ଷ ଡୋଜ୍ ଟିକା ଏବଂ କୋଭାକ୍ସିନ ର ୧୦.୩୪ ଲକ୍ଷ ଡୋଜ୍ ପାଇଁ ଅର୍ଡର ଦେଇଥିବା ଜଣା ପଡ଼ିଛି। ତେବେ ୧୮ ରୁ ୪୪ ବୟସ ବର୍ଗ ଲୋକେ ଟିକା ନେବା ପାଇଁ କୋଓ୍ୱିନ୍ ପ୍ଳାଟ୍‌ଫର୍ମ  କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି।

ଏହି ପ୍ରକ୍ରିୟା ୨୮ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି।ତେବେ ପଞ୍ଜିକରଣ ପରେ ନିଜର ସ୍ଲଟ୍ ଅନୁସାରେ ଅପଣଙ୍କୁ ଟିକା ଦାନ କରାଯିବ। ଏହି ଟିକାକରଣ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି।