ରିଲ୍ସ କୁଇନ୍ ରୁକସାନାଙ୍କ ମୃତ୍ୟୁ ସସ୍ପେନ୍ସ, ଡାକ୍ତର ହଟାଇଲେ ମୃତ୍ୟୁ ଉପରୁ ପରଦା, ଜାଣନ୍ତୁ କେମିତି ହୋଇଛି ମୃତ୍ୟୁ
ସୁପରିଚିତ ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ସୂଚନା ମୁତାବକ ବଲାଙ୍ଗିରରେ ଏକ ସମ୍ବଲପୁରୀ ଆଲବମ୍ ସୁଟିଙ୍ଗ କରିବାକୁ ଯାଇ ସେଠାରେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ଅଗଷ୍ଟ ୨୭ ତାରିଖରେ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ ଗାୟିକା ରୁକସାନା ବାନୋ।
ଅବସ୍ଥା ଆହୁରୀ ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସସପେନ୍ସ ବଢ଼ିଛି । ତାଙ୍କ ମାଆ ଓ ବଡ ଭଉଣୀ ଆଣିଛନ୍ତି ସଂଗୀନ ଅଭିଯୋଗ । ସଂଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ବିରୋଧରେ।
ତେବେ ତାଙ୍କ ମୃତ୍ୟୁ ପରେ ଆଜି ବରଗଡ଼ ଘରୋଇ ହସ୍ପିଟାଲର ଡାକ୍ତର କହିଛନ୍ତି, ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ଥିଲେ ରୁକସାନା। ଯାହା ତାଙ୍କ ଏଲିସା ଟେଷ୍ଟ ରିପୋର୍ଟର ସ୍ପଷ୍ଟ ହୋଇଛି। ଏପଟେ ରୁକସାନା ମାଆଙ୍କ ଅଭିଯୋଗ, ତାଙ୍କ ଝିଅକୁ ସ୍ଲୋ ପୟଜନ୍ ଦେଇ ହତ୍ୟା କରାଯାଇଛି।
ସୁଟିଙ୍ଗ ସମୟରେ ତାଙ୍କ ଝିଅକୁ ଜୁସ୍ ରେ ବିଷ ଦିଆଯାଇଥିଲା । ସୁଚିନ୍ତିତ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ମାଆ ଓ ଭଉଣୀ। ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ରୁକୁ ସୁନା । କହିଛନ୍ତି ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଛି । ଗାୟିକା ରୁକସାନା ବାନୋଙ୍କ ସହ ସେମିତି କୌଣସି ପ୍ରକାରର ବିବାଦ ମୋର ନାହିଁ। ତେବେ ଗାୟିକା ରୁକସାନା ବାନୋଙ୍କ ମୃତ୍ୟୁ ପଛର ସତ କଣ ତାହାତ ତଦନ୍ତ ପରେ ସାମ୍ନାକୁ ଆସିବ।
ହେଲେ ଅଭିଯୋଗ ପରେ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ଗୀତିକାର ରୁକୁ ସୁନା। ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ରୁକୁ ସୁନା । କହିଛନ୍ତି ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଛି । ଗାୟିକା ରୁକସାନା ବାନୋଙ୍କ ସହ ସେମିତି କୌଣସି ପ୍ରକାରର ବିବାଦ ମୋର ନାହିଁ ।
ଗତ କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଥାନାରେ ପହଞ୍ଚିଥିଲା ମାମଲା । ଆଉ ଏବେ ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ପୁଣି ଅଡୁଆରେ ପଡିଛନ୍ତି ରୁକୁ ସୁନା ।