ରାସନ୍ କାର୍ଡ ହିତଧିକାରୀଙ୍କୁ ଏଥର ମିଳିବ ଟଙ୍କା, ଜବତ୍ କଳାଧନ ଟଙ୍କା ଯିବ ଲୋକଙ୍କ ଖାତାକୁ! ଜାଣନ୍ତୁ ପୁରା ଖବର

 
Ration card

ଓଡ଼ିଶାରେ ରାସନ୍ କାର୍ଡ ହିତାଧିକାରୀ ମାନେ ହେବେ ମାଲାମାଲ୍ । ସରକାର ଏଥର ରାସନ୍ କାର୍ଡ ହିତାଧିକାରୀ ଚାଉଳ ନୁହେଁ ବରଂ ଏଥର ବାଣ୍ଟିବେ ଟଙ୍କା । ଏବେ ଖବର ପୁରା ଚର୍ଚ୍ଚାରେ । ଓଡିଶାରୁ ମିଳିଥିବା ଗଦା ଗଦା କଳା ଟଙ୍କା ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ଏଠି ମଦ ପିଇ ପିଇ କିଏ ଦରିଦ୍ର ହେଉଛି ତ କାହାର ଘର ଭାଙ୍ଗି ଯାଉଛି । ହେଲେ ମଦ ବିକାଳୀ ବନି ଯାଉଛନ୍ତି ରାଜା । ରଖି ଯାଉଛନ୍ତି ସାତ ପିଣ୍ଡିକୁ ପଇସା ।

 R

ଓଡ଼ିଶାରେ କେତେ ଗୁଡେ କଳା ଟଙ୍କା ଜବତ୍ ହେବା ପରେ ଏବେ ଦେଖା ଦେଉଛି ଅନେକ ପ୍ରଶ୍ନ । ଜବତ୍ ଟଙ୍କା ସରକାର ଏବେ କରିବେ କଣ ? ଏତେ ମୋଟା ରକମର ଟଙ୍କା କେନ୍ଦ୍ରକୁ ଯିବ ନା ରାଜ୍ୟକୁ ? ଯଦି ରାଜ୍ୟରେ ରହିବ ତେବେ ସରକାର ଏହାକୁ କେଉଁ ବାଟରେ ଖର୍ଚ୍ଚ କରିବେ ? ଗରିବଙ୍କୁ ଦେବେ ନା ପୁଣି ଧନୀ ହାତକୁ ଚାଲିଯିବ ?

ଏତେ ସବୁ ପ୍ରଶ୍ନ ଭିତରେ ଶୁଣିବାକୁ ମିଳିଛି ଏକ ନୂଆ କଥା । କୁଆଡେ ଜବତ୍ ହୋଇଥିବା କଳା ଟଙ୍କାକୁ ସରକାର ପଠାଇବେ ରାସନ୍ କାର୍ଡ ହିତାଧିକାରୀ ଙ୍କ ଆକାଉଣ୍ଟ କୁ । ଏଥି ପାଇଁ ପ୍ରସ୍ତୁତ କରାଯିବ ଏକ ଯୋଗ୍ୟ ତାଲିକା । ଯେଉଁଥିରେ ଗରିବ ଲୋକଙ୍କୁ କରାଯିବ ସାମିଲ୍ । ଏହା ପରେ ଆବଶ୍ୟକତା ଅନୁଯାୟୀ ଦିଆଯିବ ଟଙ୍କା ।

Kala dhana

ଏପଟେ ଏବେ ପର୍ଯ୍ୟନ୍ତ ମଧ୍ୟ ସରିଲାନି ଟଙ୍କା ଗଣତି । କେଉଁଠି ଟଙ୍କା ଗଣି ଗଣି ମେସିନ୍ ଖରାପ୍ ହେଇ ଯାଉଛି ତ କେଉଁଠି କର୍ମଚାରୀଙ୍କ ଅଭାବ ଦେଖା ଦେଉଛି । ସୂଚନା ଅନୁସାରେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ସମେତ ୪୦ ମେସିନ୍ ଯୋଗେ ଗଣା ଯାଉଛି ଟଙ୍କା । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଓଡ଼ିଶା ଭଳି ରାଜ୍ୟରୁ ଏତେ ଟଙ୍କା ବାହାରୁଛି ତେବେ ଅନ୍ୟ ଉନ୍ନତ ରାଜ୍ୟ ଗୁଡ଼ିକରେ ଏହାର ପରିମାଣ କେତେ ଅଧିକ ଥିବ ?