ମହିଳା ହୋମଗାର୍ଡଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ, ରସିକିୟା IIC ବାବୁଙ୍କ ରୋମାନ୍ସକୁ ଏକ୍ସପୋଜ କରିଦେଲେ, ଜାଣନ୍ତୁ ପୁରା ଘଟଣା
ପୁଲିସକୁ ବାନ୍ଧିଲା ପୁଲିସ। ଏମିତି ଘଟଣା ଘଟିଛି ଜଗତସିଂହପୁରରେ। ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ପ୍ରେମିକା ଯେତେବେଳେ ଅଧିକାର ମାଗିଲେ ମାନେ ବାହା ହେବାକୁ କହିଲେ ବିଚରା ପ୍ରେମିକ ପ୍ରବରଙ୍କ ମୁହଁ ଶୁଖିଗଲା । ଆଉ ଧରାଛୁଆଁ ଦେଲେନି । ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା । ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ଜଗତସିଂହପୁରରେ ଚର୍ଚ୍ଚା ଜୋର ।ତେବେ ଜଗତସିଂହପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ କାବୁ କରି ଜଗତସିଂହପୁର ଥାନାକୁ ଆଣିଥିଲେ । ମଙ୍ଗଳବାର ଉଭୟଙ୍କୁ ଏସ୍ପି ଅଫିସରେ ୯ ଜଣିଆ ଟିମ୍ ଜେରା କରୁଛନ୍ତି ।ପୀଡିତା ହୋମଗାର୍ଡ ଡାକ୍ତରୀ ମଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଶୁଣିବାକୁ ମିଳିଛି।
ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ।
ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା। କିନ୍ତୁ, କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ।
ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଥିଲେ, ଜଣେ ମହିଳା ହୋମଗାର୍ଡ ଥାନାରେ ରାଇଟର ଭାବରେ କାମ କରୁଥିବା ସମୟରେ ଆଇଆଇସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ରିପୋର୍ଟ କରିଥିଲେ। ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ନଂ ୧୧୭/୨୫ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।